Latest Odisha News

BREAKING NEWS

କରୋନା ନେଲା ଏହି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଜୀବନ

ଅମୃତସର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ସ୍ୱର୍ଣ୍ଣ ମନ୍ଦିରର ପୂର୍ବତନ ‘ହାଜୁରୀ ରାଗି’ ଭାବେ କାର୍ଯ୍ୟକରୁଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଗୁରୁବାର ଦିନ କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀ ପିଟିଆଇକୁ କହିଛନ୍ତି।

ଏହି ୬୨ ବର୍ଷୀୟ ‘ଗୁରୁବାନୀ’ ପ୍ରଦର୍ଶକ ନିକଟରେ ବିଦେଶରୁ ଫେରିବା ପରେ ବୁଧବାର ଦିନ କରୋନାଭାଇରସ୍ ପଜିଟିଭ୍ ଥିବା ଚିହ୍ନଟ ହୋଇଥିଲେ ବୋଲି ଅଧିକାରୀ କହିଛନ୍ତି।

ଜାତୀୟ ଗଣମାଧ୍ୟମ ଏନଡିଟିଭି ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୦୯ରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ନିର୍ମଳ ସିଂଙ୍କର ଦୁଇ ଝିଅ, ପୁଅ, ବୋହୂ ଏବଂ ପତ୍ନୀଙ୍କ ସମେତ ତାଙ୍କ ଡ୍ରାଇଭରଙ୍କ ପରିବାରକୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି।

ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଡ. ସୁଜତା ଶର୍ମା କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଖରାପ ହେବାରେ ଲାଗିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସହାୟତାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସକାଳ ୬ଟା ୩୦ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି।

Leave A Reply

Your email address will not be published.