Latest Odisha News

BREAKING NEWS

ଆସନ୍ତୁ ଜାଣିବା ପଦ୍ମନାଭସ୍ୱାମୀ ମନ୍ଦିରର ୭ମ ଦୁଆର ରହସ୍ୟ ସମ୍ପର୍କରେ

ତ୍ରିଭେନ୍ଦ୍ରମ: କେରଳର ପଦ୍ମନାଭସ୍ୱାମୀ ମନ୍ଦିରକୁ ନେଇ ଚାଲିଥିବା ପ୍ରଶାସନ ଓ ପ୍ରବନ୍ଧନ ମଧ୍ୟରେ ବିବାଦ ଇତି ମଧ୍ୟରେ ସମାଧାନ ହୋଇଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ତ୍ରାବଣକୋର ପୂର୍ବତନ ରାଜ ପରିବାରକୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ପଦ୍ମନାଭସ୍ୱାମୀ ମନ୍ଦିରକୁ ଦେଶର ସବୁଠାରୁ ଧନୀ ମନ୍ଦିର ଭାବେ ବିବେଚନା କରାଯାଏ । ତେବେ ଏହି ମନ୍ଦିରର ସପ୍ତର ଦୁଆର ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରି ନାହିଁ । କାଠରେ ନିର୍ମିତ ଏହି ଦୁଆରରେ ଶିକୁଳି, ନଟ, ବୋଲ୍ଟ, ଜଞ୍ଜିର କିମ୍ବା ତାଲା ଲାଗି ନାହିଁ ତଥାପି ଏହା ବନ୍ଦ ରହିଛି । ବୈଜ୍ଞାନିକମାନଙ୍କ ପାଇଁ ଏହା ମଧ୍ୟ  ରହସ୍ୟ ହୋଇ ରହିଯାଇଛି । ମନ୍ଦିରର ସ୍ଥାପନ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ।

୫୦୦୦ ବର୍ଷ ପୂବେ କଳିଯୁଗର ପ୍ରଥମ ଦିବସରେ ଏହି ମନ୍ଦିର ସ୍ଥାପନ ହୋଇଥିଲା ବୋଲି ଐତିହାସକାର ଏଲଏ ରବି ବର୍ମା ଅନୁମାନ ବ୍ୟକ୍ତ କରିଛନ୍ତି । ମନ୍ଦିରରରେ ୭ ଗୁପ୍ତ ବଖରା ଓ ରହସ୍ୟମୟ ସୁଡଙ୍ଗ ରହିଛି । ୨୦୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୬ଟି ଦ୍ୱାର ଖୋଲା ଯାଇଥିଲା । ଏଥିରୁ ୧ ଲକ୍ଷ କୋଟି ଟଙ୍କାର ସମ୍ପତି ଥିବାର ଅନୁମାନ କରାଯାଇଥିଲା । ଏହି ସବୁ ଅଳଙ୍କାରକୁ ମନ୍ଦିର ଟ୍ରଷ୍ଟରେ ରଖା ଯାଇଥିଲା । ତେବେ ସପ୍ତମ ଦ୍ୱାର ନିକଟରେ ପହଂଚିବା ପରେ ନାଗ ଦେବତାଙ୍କ ଏକ ଭବ୍ୟ ଆକୃତି ଖୋଦେଇ ହୋଇଥିବା ଦେଖିବାକୁ ମିଳିଥିଲା ।ମନରେ ଭୟ ଓ ବିପଦ ସୃଷ୍ଟି ହେବାର ଆଶଙ୍କ ଦେଖା ଦେବାରୁ ଏହାକୁ ଖୋଲା ଯାଇ ନ ଥିଲା । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ସପ୍ତମ ଦ୍ୱାରର ରକ୍ଷା ଭଗବାନ ବିଷ୍ଣୁଙ୍କ ଅବତାର ନାଗ କରୁଛନ୍ତି । ଏହାକୁ ଖୋଲିବା ଅର୍ଥ ଭୟଙ୍କା ବିପଦ ଡାକିବା ସହ ସମାନ ।

Leave A Reply

Your email address will not be published.