Latest Odisha News

BREAKING NEWS

ସ୍ପଟ ଫିକ୍ସିଂ: ଉମର ଆକମଲ ୩ ବର୍ଷ ପାଇଁ ନିଲମ୍ବିତ

ଲାହୋର: ପାକିସ୍ତାନ କ୍ରିକେଟର ଉମର ଆକମଲ ସ୍ପଟ ଫିକ୍ସିଂ ଘଟଣାରେ ୩ ବର୍ଷ ପାଇଁ ସମସ୍ତ ଫର୍ମାଟରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ବିରୋଧରେ ସ୍ପଟ ଫିକ୍ସିଂ ମାମଲା ସମ୍ପର୍କରେ ଜାଣିଥିଲେ ମଧ୍ୟ ଏହାକୁ ଲୁଚାଇ ରଖିଥିଲେ । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ତଦନ୍ତ କରୁଥିବା ଟିମ୍ ଆକମଲଙ୍କୁ ଦୋଷୀ ପାଇଥିଲେ ।

ଆଇସିସି ଆଚରଣ ସଂହିତା ଅନୁସାରେ ଫିକ୍ସିଂ କିମ୍ବା ଦୁର୍ନୀତି ସମ୍ପର୍କିତ କୌଣସି ତଥ୍ୟ ଲୁଚାଇଲେ ଖେଳାଳିଙ୍କୁ ଦଣ୍ଡିତ କରାଯିବ । ଆକମଲ ୨୦୧୯ ଅକ୍ଟୋବରରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପଦାର୍ପଣ ମ୍ୟାଚରେ ସେ ଶତକ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

Leave A Reply

Your email address will not be published.