Latest Odisha News

BREAKING NEWS

ମିଲିଟାରି କ୍ୟାପ ପିନ୍ଧି ମ୍ୟାଚ ଖେଳିଲେ ଭାରତୀୟ ଦଳ, ପାକିସ୍ତାନ ଉଠାଇଲା ପ୍ରଶ୍ନ

ଇସଲାମାବାଦ: ପୁଲୱାମାରେ ଆତଙ୍କବାଦୀଙ୍କ ପୈଶାଚିକ କାଣ୍ଡ ପରେ ସହିଦ ଭାରତୀୟ ଯବାନଙ୍କୁ ଭାରତ ତଥା ବିଶ୍ୱବ୍ୟାପୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେହିଭଳି ଭାରତୀୟ କ୍ରିକେଟ ଦଳ ମଧ୍ୟ ସହିଦ ଭାରତୀୟ ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି ଶୁକ୍ରବାର ଦିନ ରାଞ୍ଚିଠାରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ । ଭାରତୀୟ ଦଳ ଏହି ମ୍ୟାଚରେ ଭାରତୀୟ ସେନାର ମିଲିଟାରି କ୍ୟାପ ପିନ୍ଧି କ୍ରିକେଟ ଖେଳିଥିବାର ଲକ୍ଷ୍ୟ କରାଯାଇଥିଲା । ଏହାକୁ ପାକିସ୍ତାନ ବିରୋଧ କରିବା ସହିତ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲରେ (ଆଇସିସି)ଆପତ୍ତି ଉଠାଇଛି ।

ପାକିସ୍ତାନର ଇମ୍ରାନ ସରକାର ଭାରତୀୟ ଦଳର ଏହି ମିଲିଟାରି କ୍ୟାପ୍ ପିନ୍ଧି ମ୍ୟାଚ ଖେଳିବାକୁ ଆଇସିସିରେ ଅଭିଯୋଗ କରିଛି ଯେ, କ୍ରିକେଟ ହେଉଛି ଭଦ୍ରଲୋକଙ୍କ ଖେଳ ଏହା ଶୋଭନୀୟ ନୁହେଁ ।

“THE WORLD SAW THAT THE INDIAN CRICKET TEAM WORE MILITARY CAPS INSTEAD OF THEIR OWN, DID ICC NOT SEE THIS? WE THINK THAT IT IS THE ICC’S RESPONSIBILITY TO TAKE NOTICE OF THIS WITHOUT THE PAKISTAN CRICKET BOARD BRINGING IT UP,” QURESHI WAS QUOTED AS SAYING BY PAKISTAN MEDIA

ତେବେ ବିସିସିଆଇ ଏସମ୍ପର୍କରେ ପାକିସ୍ତାନ ଉପରେ ଆକ୍ରମଣ କରି କହିଛି ଯେ, କ୍ରିକେଟ ପଡ଼ିଆରେ ଭାରତୀୟ ଖେଳାଳି କଣ କଲେ ସେଥିରେ ପାକିସ୍ତାନ ସରକାର ଆଦୌ ମୁଣ୍ଡ ଖେଳାଇବା ଆବଶ୍ୟକ ନୁହେଁ ।

ବିରାଟବାହିନୀର ସମସ୍ତ ଖେଳାଳି ପୁଲୱାମା ସହିଦଙ୍କ ସ୍ମୁତିରେ ଏହି ମ୍ୟାଚରେ ଆର୍ମି ଟୋପି ପିନ୍ଧିଥିଲେ ।

ଏସମ୍ପର୍କରେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶି ଟ୍ୱିଟ୍ଟ୍ କରି କହିଛନ୍ତି, ଏନେଇ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

ଏପରିକି ଏହି ଘଟଣାକୁ ନେଇ ପାକିସ୍ତାନ ସରକାରର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଟ୍ୱିଟ୍ଟ୍ ମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.