Latest Odisha News

ଡାଟା ହାସଲ ପାଇଁ ଭାରତର ଆରୋଗ୍ୟ ସେତୁ ଆପ ଉପରେ ପାକିସ୍ତାନର ନଜର

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲାରେ ଭାରତର ଆରୋଗ୍ୟସେତୁ ଆପ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଅଧିକାଂଶ ଲୋକ ଏହି ଆପ୍ ଡାଉନଲୋଡ କରିଥିବାରୁ ପାକିସ୍ତାନ ଏହା ଉପରେ ନଜର ରଖିଛି । ଆପକୁ ହ୍ୟାକ କରି ଡାଟା ଚୋରି କରିବା ଲକ୍ଷ୍ୟରେ ଆଇଏସଆଇ ରହିଛି । ଏଥିପାଇଁ ଫେକ୍ ଆରୋଗ୍ୟ ସେତୁ ଆପ୍ ମଧ୍ୟ ପ୍ରସ୍ତୁତ କରିଛି । ଏହି ଆପକୁ ଏପ୍ରିଲ ୨୦୨୦ରେ ଡେଭଲପ କରାଯାଇଛି । ଅସାବଧାନତା ହେଲେ ଦେଶର ଗୁରୁତ୍ୱପୂର୍ଣ୍ଣ ଡାଟା ପଡୋଶୀ ଦେଶ ହାତେଇବାରେ ସଫଳ ହେବ ।

ନକଲି ଆପରୁ ବଂଚିବାକୁ ହେଲେ ଆପଟିକୁ ପ୍ଲେ ଷ୍ଟୋର କିମ୍ବା ଆଇଓଏସରୁ ଡାଉନଲୋଡ କରନ୍ତୁ । ଅନ୍ୟ କୌଣସି ସୋର୍ସରୁ ଡାଉନଲୋଡ କଲେ ଡାଟା ଚୋରି ହୋଇପାରେ । ନକଲି ଆପର ଏକ୍ସେଟେନସନ ଫାଇଲର ନାମ ଏପିକେ ରହିଛି । ପ୍ରକୃତ ଆପରେ ଜିଓଭି ରହିଛି । ଯଦି ବାରମ୍ବାର ଏହାର ଲିଙ୍କ କିଏ ପଠାଉଛି ତାହାହେଲେ ସାଇବର ସେଲକୁ ଯୋଗାଯୋଗ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.