Latest Odisha News

BREAKING NEWS

ପାକିସ୍ତାନରେ ବିମାନ ଦୁର୍ଘଟଣା; ୧୦୦ ଜଣ ଯାତ୍ରୀଙ୍କୁ ନେଇ କରାଚୀ ଯାଉଥିଲା ବିମାନ

ଇସ୍ଲାମାବାଦ: ଲାହୋରରୁ ଏକ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ ବିମାନ କରାଚୀ ଅଭିମୁଖେ ଯାତ୍ରା କରୁଥିିବା ବେଳେ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୧୦୦ ଜଣ ଯାତ୍ରୀ ଥିଲେ ।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାପରେ ସ୍ଥାନୀୟ ଅଞ୍ଚଳରେ କେତେକ ଘରେ ମଧ୍ୟ ନିଆଁ ଲାଗିଯାଇଥିବାର ସୂଚନା ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।

ପାକିସ୍ତାନୀ ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଦୁର୍ଘଟଣାପରେ ଘଟଣାସ୍ଥଳରେ ପାକିସ୍ତାନ ସେନାବାହିନୀ ପକ୍ଷରୁ ଉଦ୍ଧାର ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.