Latest Odisha News

BREAKING NEWS

ପାକ୍ କ୍ରିକେଟର ତୌଫିକ ଉମରଙ୍କୁ କରୋନା

କରାଚୀ:ପ୍ରଥମ ଥର ପାଇଁ କ୍ରିକେଟ ଖେଳାଳିଙ୍କୁ ସଂକ୍ରମିତ କରିଛି କରୋନା । ପାକିସ୍ତାନ କ୍ରିକେଟର ତୌଫିକ ଉମରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଘରେ କ୍ୱାରେଂଟାଇନରେ ରହିବେ । ଅସୁ୍‌ସ୍ଥ ଅନୁଭବ କରିବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏହା ପଜିଟିଭ ବାହାରିଥିଲେ ସୁଦ୍ଧା ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଉମର କହିଛନ୍ତି ।

ଏହା ପୂର୍ବରୁ ସ୍ପେନର କେତେକ ଫୁଟବଲ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ । ୨୦୦୧ରେ ଉମର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଉମର ଏହି ଅବସରରେ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି ଯେ, ସରକାର ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିତ ଦୂରତା ଅବଲମ୍ବନ କରନ୍ତୁ

Leave A Reply

Your email address will not be published.