Latest Odisha News

BREAKING NEWS

ରାଜ୍ୟ ପାଳୁଛି ପଞ୍ଚାୟତିରାଜ ଦିବସ; ଜାଣନ୍ତୁ ସେ ସମ୍ପର୍କରେ କିଛି…

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଆଜି ହେଉଛି ୧୦୪ତମ ଜନ୍ମଜୟନ୍ତୀ । ତାଙ୍କର ଜନ୍ମଦିନକୁ ସାରା ରାଜ୍ୟରେ ପ୍ରତିବର୍ଷ ପଞ୍ଚାୟତିରାଜ ଦିବସ ମାବେ ମଧ୍ୟ ପାଳନ କରାଯାଇଥାଏ ।

ଏହି ଅବସରରେ ମଧ୍ୟ ରାଜ୍ୟବ୍ୟାପୀ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି । ୧୯୬୧ ମସିହା ଜାନୁୟାରୀ ୨୬ ତାରିଖରୁ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିଲା ।

କୁହାଯାଏ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାହସୀ ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ରୂପେ ପରିଚିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ପଞ୍ଚାୟତିରାଜର ପ୍ରବର୍ତ୍ତକ ।

ଓଡ଼ିଶାର ଏହି ପ୍ରବାଦ ପୁରୁଷ ଓଡ଼ିଶାର ଜନପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜଣେ ସମାଜବିଜ୍ଞାନୀ ନଥିଲେ ମଧ୍ୟ ତାଙ୍କର ପଞ୍ଚାୟତିରାଜର ପରିକଳ୍ପନା ଓ ସଫଳ ରୂପାୟନ ଏ ଦେଶ ଲାଗି ପ୍ରକୃତରେ ଆଲୋକ ବର୍ତ୍ତିକା ସଦୃଶ ।

ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ଯଥାର୍ଥ ଭାବରେ ଗଢିତୋଳିବା ପାଇଁ ଓ ଏହାକୁ ତୃଣମୂଳ ସ୍ତରରେ ଥିବା ସଦର ମହକୁମାରେ ପ୍ରତିଷ୍ଠିତ କରାଇବାର ପ୍ରୟାସ କରାଯାଇଥିଲା ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ କାଳରେ ।

ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସକ୍ରିୟ କରିବାକୁ ଉଦ୍ୟମ ଆରମ୍ଭ କଲେ ।

ଏହାବ୍ୟତିତ ଗ୍ରାମାଞ୍ଚଳର ବିକାଶ ଲାଗି ତୃଣମୂଳ ସ୍ତରରେ ଲୋକପ୍ରତିନିଧି ଓ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ ଏବଂ ଗ୍ରାମାପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଜରିଆରେ ଗ୍ରାମ ବିକାଶ ତାଙ୍କର ମୂଳ ଲକ୍ଷ୍ୟ ଥିଲା ।

ତେବେ ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ନେଲେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଓଡ଼ିଶା ବିଧାନସଭାରେ ତିନୋଟି ବିଲକୁ ଗୃହିତ କରାଇ ନେଇଥିଲେ ବିଜୁବାବୁ ।

ସେହି ବିଲଗୁଡ଼ିକ ହେଲା ଯଥାକ୍ରମେ– ଗ୍ରାମପଞ୍ଚାୟତ ବିଲ- ୧୯୯୧, ଓଡ଼ିଶା ଜିଲ୍ଲା ପରିଷଦ ଆଇନ – ୧୯୯୧ ଏବଂ ଓଡ଼ିଶା ପଞ୍ଚାୟତ ସମିତି ସଂଶୋଧିତ ଆଇନ – ୧୯୯୧ । କୁହାଯାଏ, ସେ ହିଁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ଆରମ୍ଭ କରିଥିଲେ ।

Leave A Reply

Your email address will not be published.