Latest Odisha News

BREAKING NEWS

କ୍ୱରେଣ୍ଟାଇନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର

କଟକ: କ୍ବାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବଜ୍ରକାପ୍ତା । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ମହୁଲିଆ ଗାଁର କ୍ଵାରେଣ୍ଟାଇନ୍ ସେଣ୍ଟର ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ, କ୍ବାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀମାନେ ଶୋଇଥିବା ସମୟରେ ବଜ୍ରକାପ୍ତାଟି ହଠାତ୍ ରୁମ୍ ଭିତରକୁ ପଶିଆସିଥିଲା । ପ୍ରବାସୀମାନେ ବଜ୍ରକାପ୍ତାଟିକୁ ଦେଖି ସଙ୍ଗେସଙ୍ଗେ ବଡମ୍ବା ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ବଡମ୍ବା ବନବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ବଜ୍ରକାପ୍ତାଟିକୁ ଏବେ ବଡମ୍ବା ରେଞ୍ଜ ଅଫିସରେ ରଖାଯାଇଛି । ଏହି ବଜ୍ରକାପ୍ତାଟିର ଓଜନ ପ୍ରାୟ ୩ କିଲୋ । ଏହା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଆଠଗଡ଼ ବନଖଣ୍ଡ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ। ଗତ ୪ମାସ ଭିତରେ ତିନିଟି ଜୀବନ୍ତ ବଜ୍ରକାପ୍ତା ଓ ଗୋଟିଏ ମୃତ ବଜ୍ରକାପ୍ତା ବେଳେ ଅନେକ ବଜ୍ରକାପ୍ତା କାତି ଉଦ୍ଧାର କରାଯାଇଛି। ଏହି ବଜ୍ରକାପ୍ତା ଚୋର ଚାଲାଣ ରେ ଏବେ ସୁଦ୍ଧା ମୋଟ ୩୦ରୁ ଉର୍ଦ୍ଧ୍ବ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗତ ଦୁଇ ଦିନ ଭିତରେ ୩ ଜଣଙ୍କୁ କଟକ ନୂଆପଟଣା ମଧୁସୂଦନ ସେତୁ ନିକଟରୁ ଗିରଫ କରିଛି ଆଠଗଡ ବନବିଭାଗ। ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡା ଓ କଟକ ଶିଖରପୁର ର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ଜଣଙ୍କୁ ଅନୁଗୁଳରୁ ଗିରଫ କରାଯାଇଛି।

Leave A Reply

Your email address will not be published.