Latest Odisha News

BREAKING NEWS

ଆକର୍ଷଣର କେନ୍ଦ୍ର ସାଜିଛି ଛେନାର ହୋଟେଲ !

ଲଣ୍ଡନ: ପ୍ରତ୍ୟେକ ବଡ ହୋଟେଲ ଚେନ୍ ଗ୍ରୁପ୍ ନିଜସ୍ୱ ଏକ ସ୍ୱତନ୍ତ୍ର ଥିମ୍ ରଖିଥାନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଥାଏ ।

ଲଣ୍ଡନରେ ଏବେ ଖୋଲିଥିବା ନୂତନ ହୋଟେଲ ଦି ଚିଜ୍ ସୁଟ୍ ଏବେ ଚର୍ଚ୍ଚାରେ । ଗ୍ରାହକଙ୍କ ବୁକିଂ ଦିନକୁ ଦିନ ବଢ଼ିବାରେ ଲାଗିଛି । ହୋଟେଲର ଥିମ୍ ବିଶେଷ ଭାବ ସମସ୍ତଙ୍କୁ ପସନ୍ଦ ଆସୁଛି ।

ଏହାର ମେନ୍ୟୁ କାର୍ଡଠାରୁ ଆରମ୍ଭ କରି ବେଡସିଟ୍‌, ସୋଫା ଏବଂ ସମସ୍ତ ବସ୍ତୁ ଛେନା (ପନୀର) ଭଳି ଯେପରି ଦେଖାଯିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଏଭଳି ହୋଟେଲର ବିଶ୍ୱର କୌଣସିଠାରେ ନାହିଁ ବୋଲି ଏହାର ମାଲିକ କହିଛନ୍ତି । ସବୁଠାରୁ ଆକର୍ଷଣୀୟ ହେଉଛି ଏହାର ବାଥରୁମ୍ । ଏହା କାଫେ ରଗ୍‌+୭ ଚେନ୍ ଗ୍ରୁପର ହୋଟେଲ ।

Leave A Reply

Your email address will not be published.