Latest Odisha News

BREAKING NEWS

କାଠଯୋଡ଼ି ପୋଲରେ ଫାଟ ସୃଷ୍ଟି, ଯାନବାହନ ଚଳାଚଳ ବାଧାପ୍ରାପ୍ତ

କଟକ: କଟକସ୍ଥିତ ୧୬ ନଂ ଜାତୀୟ ରାଜପଥରେ ଥିବା କାଠଯୋଡ଼ି ପୋଲରେ ଫାଟ ସୃଷ୍ଟି ହୋଇଥିବା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ।

ଏହି ଘଟଣା ଜଣାପଡ଼ିବା ପରେ ଜାତୀୟ ରାଜପଥ (ଏନଏଚଏଆଇ) କର୍ତ୍ତୃପକ୍ଷର ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି । ସେଠାରେ ଏନଏଚଏଆଇ ଅଧିକାରୀମାନେ ସ୍ଥାନଟିକୁ ଚିହ୍ନଟ କରିଛନ୍ତି । ଏହାବ୍ୟତୀତ କମିଶନରେଟ ପୋଲିସ କାଠଯୋଡ଼ି ପୋଲରେ ଦେଖାଦେଇଥିବା ଫାଟ ସ୍ଥାନ ନିକଟକୁ ଯାଇ ସେଠାରେ ଟ୍ରାଫିକ୍ ନିୟନ୍ତ୍ରଣ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ଜାଣି କଟକ ବିଧାୟକ ମହମ୍ମଦ ମୋକିମ୍ ତୁରନ୍ତ ସେଠାକୁ ଯାଇ ପୋଲରେ ସୃଷ୍ଟି ହୋଇଥିବା ଫାଟକୁ ଦେଖିଛନ୍ତି । ଏନେଇ ବିଧାୟକ ଶ୍ରୀ ମୋକିମ୍ କହିଛନ୍ତି ଯେ, ଘଟଣା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ ଅବଗତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଏହି କି ଯେ, ଅଗଷ୍ଟ ୨୫ ତାରିଖ ଦିନ ଭୁବନେଶ୍ୱର ପଳାଶୁଣୀସ୍ଥିତ ଫ୍ଲାଏ ଓଭର ବ୍ରିଜରେ ଏହିପରି ଏକ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଛି ।

Leave A Reply

Your email address will not be published.