Latest Odisha News

BREAKING NEWS

ଓଡିଶା ସମ୍ବାଦ, ଓଡିଶା ବାଇଟ୍ସର ଲକ୍‌-ଡାଉନ୍ ରେସିପି: ପଠାନ୍ତୁ ଭିଡିଓ ଜିତନ୍ତୁ ଡାଇମଣ୍ଡ ଲକେଟ୍ !

ଭୁବନେଶ୍ୱର: ଘର ବସି ବୋର୍ ହେଉଛନ୍ତି କି ? ତେବେ ଲକ୍‌-ଡାଉନରେ ନିଜକୁ ଆଉ ଲକ୍ କରିି ରଖନ୍ତୁନି । କାହିଁକିନା ଓଡିଶାର ଅଗ୍ରଣୀ ଡିଜିଟାଲ୍ ନ୍ୟୁଜ୍ ୱବସାଇଟ୍ ଓଡିଶା ସମ୍ବାଦ ଓ ଓଡିଶା ବାଇଟ୍ସ ନେଇ ଆସିଛି ସ୍ପେଶାଲ କୁକରି କମ୍ପିଟିସନ୍ ଶୋ’ ଲକ୍‌-ଡାଉନ୍ ରେସିପି । ପ୍ରତିଯୋଗୀତାରେ ଭାଗ ନେବା ପ୍ରକ୍ରିୟା ସମ୍ପୁର୍ଣ୍ଣ ନିଃଶୁଳ୍କ ରହିଛି ।

ଏହି ପ୍ରତିଯୋଗୀତାରେ ସାମିଲ ହୁଅନ୍ତୁ ବନାନ୍ତୁ ମନ ମୁତାବକ ଡିସ୍ ଓ ସାରା ଦୁନିଆକୁ ଦେଖାନ୍ତୁ ନିଜ କୁକିଂ ସ୍କିଲ୍ସ । ରାନ୍ଧନ୍ତୁ, ଭିଡିଓ ବନାନ୍ତୁ ଓ ଆମ ପାଖକୁ ପଠାଇ ଭାଗ୍ୟଶାଳୀ ବିଜେତା ଭାବେ ଜିତନ୍ତୁ ଲାଲଚନ୍ଦ ଜ୍ୱେଲର୍ସ ତରଫରୁ ଆକର୍ଷଣୀୟ ଡାଇମଣ୍ଡ ଲକେଟ୍ ।

ଶୋ’ର ନିର୍ଦ୍ଦେଶାବଳୀ:

  • ଓଡିଶା ତଥା ଓଡିଶା ବାହରର ସମସ୍ତ ବର୍ଗର ବ୍ୟକ୍ତି ବିନା କୌଣସି ବୟସ ସୀମାରେ ଭାଗ ନେଇପାରିବେ ।
  • ମୋବାଇଲରେ ଭିଡିଓ ସୁଟ୍ କଲାବେଳେ ପ୍ରଥମେ ନିଜ ନାଁ , ପେଶା ଓ କୁକିଂ ସ୍କିଲ୍ସ ବିଷୟରେ ଜଣାଇବେ ।
  • ରେସିପିର ନାଁ କହିବା ସହ ପ୍ରସ୍ତୁତି ପ୍ରଣାଳୀ ସ୍ପଷ୍ଟ ଭାବେ ପ୍ରକାଶ କରିବେ ।
  • ଭିଡିଓ ସୁଟିଂ କରିବା ପୂର୍ବରୁ ସମସ୍ତ ସାମଗ୍ରୀ ପ୍ରସ୍ତୁତ ରଖିବେ (ସମୟ ବଂଚାଇବା ପାଇଁ) ।
  • ଭିଡିଓର ସମୟ ସୀମା ୧୦ରୁ ୧୫ ମିନିଟ୍ ମଧ୍ୟରେ ସୀମିତ ରଖିବେ ।
    ସବୁଠୁ ଭଲ କୁକିଂ ଭିଡିଓ ପ୍ରସ୍ତୁତ କରି ପଠାଇଥିବା ବ୍ୟକ୍ତି ବିଜେତା ସାବ୍ୟସ୍ତ ହେବେ ।
    ବିଜେତାଙ୍କୁ ଜୁରି ମେମ୍ବର ଚୟନ କରିବେ ।

ଜିତିବାର ମାପଦଣ୍ଡ:

  • ୟୁ ଟ୍ୟୁବ୍‌ରେ ସବୁଠୁ ଅଧିକ ଲାଇକ୍ ମିଳିଥିବା ଭିଡିଓ ବିଜେତା ସାବ୍ୟସ୍ତ ହେବ ।
  • ରେସିପିର ଅନନ୍ୟ ରୂପ ଓ ସମସ୍ତଙ୍କଠୁ ଭିନ୍ନ ପ୍ରସ୍ତୁତି ପ୍ରଣାଳୀ ।

ଉପସ୍ଥାପନା:

  • ଭିଡିଓରେ ପ୍ରତିଯୋଗୀଙ୍କ ସୁନ୍ଦର ଉପସ୍ଥାପନା ଓ ସଂଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
  • ଓଡିଆ, ହିନ୍ଦୀ ଓ ଇଂଗ୍ଲିଶ ଭାଷାରେ ପ୍ରତିଯୋଗୀ ଉସ୍ଥାପନା କରିପାରିବେ ।
  • ପ୍ରତିଯୋଗୀତାରେ ସାମିଲ ହେବା ପାଇଁ ଭିଡିଓ ପଠାଇବାର ଶେଷ ତାରିଖ ୩୦ ଅପ୍ରେଲ୍‌, ୨୦୨୦
  • ଯଦି ଆପଣ ଭିଡିଓ ବଦଳରେ ଫଟୋ ପଠାଉଛନ୍ତି, ତେବେ ଅତିକମ୍‌ରେ ୧୫ଟି ଫଟୋ ସହ ଏକ ସେଲ୍‌ଫି ଭିଡିଓରେ ରେସିପିର ବିବରଣୀ ଦେବେ ।
  • ଦିଆଯାଇଥିବା ଇ-ମେଲ୍(contentobos@gmail.com) ଜରିଆରେ ଆପଣ ଭିଡିଓ ଏବଂ ଫଟୋ ପଠାଇପାରିବେ ।
Leave A Reply

Your email address will not be published.