Latest Odisha News

BREAKING NEWS

ଓଡ଼ିଶାର ୬୧ ନମ୍ବର ଆକ୍ରାନ୍ତ ସୁପର ସ୍ପ୍ରେଡର୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ୩୧ ନମ୍ବର ପଜିଟିଭ ସୁପର ସ୍ପେଡର ଭାବେ ଚିହ୍ନଟ ହୋଇଥିଲେ । ଏବେ ଓଡ଼ିଶାରେ ମଧ୍ୟ ଏହିଭଳି ଏକ ସୁପର ସ୍ପ୍ରେଡର୍ ସାମ୍ନାକୁ ଆସିଛ। ଓଡ଼ିଶାର ଏହି ସୁପର ସ୍ପେଡର ହେଉଛନ୍ତି ୬୧ ନମ୍ବର କରୋନା ପଜିଟିଭ।

୫୩ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଏପର୍ଯ୍ୟନ୍ତ ନିଜ ସଂସ୍ପର୍ଶରେ ଆସିଥିବା ୧୩ ଜଣଙ୍କୁ ସଂକ୍ରମିତ କରି ସାରିଛନ୍ତି।

ତାଙ୍କ ଠାରୁ ସଂକ୍ରମିତ ହୋଇଥିବା ବ୍ୟକ୍ତି ପ୍ରାୟତଃ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଅଟନ୍ତି । ଏହି ବ୍ୟକ୍ତି ଜଣକ ଏପ୍ରିଲ ୧୮ ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ କୋଭିଡ୧୯ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବାଲେଶ୍ଵରରେ ଏପର୍ଯ୍ୟନ୍ତ ୧୬ ଟି କରୋନା ମାମଲା ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.