Latest Odisha News

BREAKING NEWS

କେନ୍ଦ୍ର ଓ ରାଜ୍ୟରେ ଚାଲିଛି ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର: ନିରଞ୍ଜନ

ଭୁବନେଶ୍ୱର: ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଚାଲିଛି ‘ଥ୍ରୀ-ପି’ ଅର୍ଥାତ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରଚାରଣାର ସରକାର । କଂଗ୍ରେସ ପକ୍ଷରୁ ଅଜି ସ୍ପିକ୍‌-ଅପ୍‌-ଇଣ୍ଡିଆ ଆରମ୍ଭ ଅବସରରେ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କରୋନା ସମୟରେ ଉଭୟ ବିଜେପି ଓ ବିଜେଡି ପଂଚାୟତ ନିର୍ବାଚନ ପ୍ରସ୍ତୁତି କରୁଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ସ୍ୱପ୍ନ ନଦେଖି ରାଜ୍ୟବାସୀଙ୍କ ସମସ୍ୟା ଦୂର କରିବାକୁ ପିସିସି ସଭାପତି କହିଛନ୍ତି ।

ସରକାର କହୁଛନ୍ତି, ୭ ଲକ୍ଷ ବେଡ଼ କରିଛନ୍ତି, ୩ ଲକ୍ଷ ଲୋକ ଆସିଛନ୍ତି। ସେଥିରୁ ୧ ଲକ୍ଷ କେଉଁ ଆଡେ ଚାଲି ଗଲେଣି। କ୍ୱାରାନଟାଇନ ସେଣ୍ଟରର ଅବସ୍ଥା କହିଲେ ନ ସରେ। ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନ ପୂର୍ବରୁ ଭୂମିକା କଣ ଥିଲା, ନିର୍ବାଚନ ପରେ ଭୂମିକା ଭିନ୍ନ ହେଲା। କହୁଛନ୍ତି, କାନ୍ଧରେ କାନ୍ଧ ମିଶାଇ କାମ କରିବା, ହେଲେ ବର୍ତ୍ତମାନ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଜି କଂଗ୍ରେସର ‘ସ୍ପିକ-ଅପ୍‌-ଇଣ୍ଡିଆ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଦେଶର ୩ଟି ପ୍ରମୁଖ ସମସ୍ୟାକୁ ନେଇ ଡିଜିଟାଲ ପ୍ଲାଟଫର୍ମରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିବ । ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କୁ ଘେରିବାକୁ ଦଳ ପକ୍ଷରୁ ଯୋଜନା ହୋଇଛି । ଏଥିରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ଭାଗ ନେଇ ଦେଶକୁ ରକ୍ଷା କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.