Latest Odisha News

BREAKING NEWS

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ସରକାରଙ୍କ କରୋନାକୁ ନେଇ ନିଆଯାଇଥିବା ସଚେତନମୂଳକ ପଦକ୍ଷେପକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ଲକଡାଉନ୍ ୪ରେ ତ ସବୁ କିଛି ଖୋଲୁଛନ୍ତି । ତେବେ ଗଣତନ୍ତ୍ରକୁ କାହିଁକି ଏଠି ଲକଡାଉନ୍‌୍ କରି ରଖିଛନ୍ତି । କାହିଁକି ଏହାକୁ ଖୋଲୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରବାସୀଙ୍କ ଅବସ୍ଥା ଯାହା ହୋଇଛି ସେଥିପାଇଁ ସରକାର ଦାୟୀ । ନିଜ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ପଚାରୁ ନାହାନ୍ତି, କିଛି ମୁଷ୍ଟିମେୟ ଅଫିସରଙ୍କୁ ନେଇ ସେ କାମ କରୁଛନ୍ତି । ସରକାର ସତର୍କ ରହି ଗଣତନ୍ତ୍ରର ତାଲା ଖୋଲନ୍ତୁ। ରାଜ୍ୟ ବାହାରେ ୩୦ ଲକ୍ଷ ରୁ ଅଧିକ ପ୍ରବାସୀ ଅଛନ୍ତି। ତିନି ମାସରେ ରାଜ୍ୟ ରାଜକୋଷ ରୁ ୧୦ ହଜାର କୋଟି କ୍ଷତି ହେଲାଣି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.