Latest Odisha News

BREAKING NEWS

ଲଗାତାର ପଞ୍ଚମ ଦିନରେ ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୫ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଗତକାଲି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।
ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା। ୫ ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ୮୩ ପଇସା ଲେଖାଏ ବୃଦ୍ଧି କରାଯାଇଥିବା ରିପୋର୍ଟରେ ପ୍ରକାଶ।

ବର୍ଦ୍ଧିତ ଦର ସହ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ଛୁଇଁଥିବା ବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୨୨ପଇସା ପହଞ୍ଚିଛି।

କୋଲକାତାରେ ପେଟ୍ରୋଲ ୭୫ଟଙ୍କା ୯୪ପଇସା ଓ ଡିଜେଲ ୬୮ଟଙ୍କା ୧୭ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୦ଟଙ୍କା ୯୮ପଇସା ଓ ପେଟ୍ରୋଲ ଦର ୭୦ଟଙ୍କା ୯୨ପଇସାରେ ପହଞ୍ଚିଛି।

Leave A Reply

Your email address will not be published.