Latest Odisha News

BREAKING NEWS

ରଥ ଉପରେ ଶ୍ରୀସୁଦର୍ଶନଙ୍କୁ ଆଉଜି ଶୋଇଲେ ସେବାୟତ, ଫଟୋ ହେଲା ଭାଇରାଲ୍

ପୁରୀ: ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଚାଲିଥିବା ବେଳେ ରଥ ଉପରେ ଜଣେ ବରିଷ୍ଠ ସେବାୟତ ଶ୍ରୀସୁଦର୍ଶନଙ୍କ ଉପରେ ଆଉଜି ଶୋଇଥିବାର ଫଟୋ ଭାଇରାଲ୍ ହୋଇ ଆଲୋଡ଼ନ ସୃଷ୍ଟି କରିଛି ।

ମିଳିଥିବା ସୂଚନାନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର ଶ୍ରୀସୁଦର୍ଶନଙ୍କ ଦାରୁମୂର୍ତ୍ତି ଉପରେ ଆଉଜି ଶୋଇ ପଡ଼ିଥିବାର ଦୃଶ୍ୟର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଛି ।

ଏହି ଫଟୋଟି ଏବେ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ଏହି ଫଟୋଟି କେଉଁ ସମୟର ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏସମ୍ପର୍କରେ ସଂପୃକ୍ତ ଦଇତାପତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତିି ଯେ, ଏହି ଫଟୋଟିରେ ସତ୍ୟତା ରହିବା ପରି ଜଣାପଡୁନାହିଁ, ଏହାକୁ ବିକୃତ କରି ସୋସିଆଲ୍ ମିଡ଼ିଆରେ ଛଡ଼ାଯାଇଛି ।

ତେବେ ଯାହାବିହେଉ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଧ୍ୟରେ ରହିଥିବା ଶ୍ରୀସୁଦର୍ଶନଙ୍କ ଦାରୁ ବିଗ୍ରହ ଉପରେ ଶୋଇ ବିଶ୍ରାମ ନେଉଥିବାର ଦୃଶ୍ୟକୁ ବିଶ୍ୱର କୋଣ ଅନୁକୋଣରେ ରହିଥିବା ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ସୋସିଆଲ୍ ମିଡ଼ିଆରେ ଏହି ସମ୍ବେଦନଶୀଳ ଫଟୋଟି ବହୁ ଭାବେ ଭାଇରାଲ୍ ହେବାପରେ ବିଭିନ୍ନ ବର୍ଗର ଭକ୍ତମାନେ ଏହାକୁ ନିନ୍ଦା କରିବା ସହିତ ନାପସନ୍ଦ କରିଛନ୍ତି ।

Leave A Reply

Your email address will not be published.