Latest Odisha News

BREAKING NEWS

ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କୋରାପୁଟ: ନକ୍ସଲମାନଙ୍କ ପିଏଲଜିଏ ସପ୍ତାହ ସୋମବାର ଠାରୁ ଆରମ୍ଭ ହେଉଛି । ଏହାକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପାଖାପାଖି ୮ ଦିନଧରି ଏହି ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ବସ୍ ଗୁଡିକର ଚଳାଚଳ ବନ୍ଦ କରି ଦିଆଯାଇଛି ।

ଏହାବ୍ୟତିତ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବିଏସଏଫ୍, ସିଆରପିଏଫ୍, ଏସଓଜି ପରି ସଶସ୍ତ୍ର ବାହିନୀ ସଜାଗ ହୋଇ ରହିଛନ୍ତି ।

ଆହୁରି ମଧ୍ୟ କୋରାପୁଟ ଜିଲ୍ଲାର ବିଭିନ୍ନ ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୋଲିସ ଓ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ ଜାରି କରାଯାଇଛି ।

Leave A Reply

Your email address will not be published.