Latest Odisha News

BREAKING NEWS

ଘରୋଇ କମ୍ପାନୀ ପାଇଁ ୪୧ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଘରୋଇ କଂପାନୀ ପାଇଁ ୪୧ଟି କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ଘରୋଇ କଂପାନୀ ପାଇଁ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ  ବରଂ କୋଲ ସେକ୍ଟରକୁ ବର୍ଷ ବର୍ଷର ଲକଡାଉନରୁ ବାହାର କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି,  ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତି ନିମନ୍ତେ କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରିବା ଲାଗି ଭାରତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି। କୋଇଲା କ୍ଷେତ୍ରରେ ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟ ଭାରତ ସମେତ ଜନଜାତି କ୍ଷେତ୍ର ବିକାଶ ସ୍ତମ୍ଭରେ ପରିଣତ ହେବ।

ଭାରତ କରୋନା ସହ ଲଢିବ ଓ ଆଗକୁ ମଧ୍ୟ ବଢିବ । ଭାରତ ଏହି ଭୂତାଣୁ ଜନିତ ସଂକଟକୁ ଅବସରରେ ପରିଣତ କରିବ । ଏହି ସଂକଟ ଭାରତକୁ ଆତ୍ମନିର୍ଭର ଭାରତ ହେବାକୁ ଶିକ୍ଷା ଦେଇଛି । ଆତ୍ମନିର୍ଭର ଭାରତ ଅର୍ଥାତ୍ ଗରିବଙ୍କ କଲ୍ୟାଣ । ଆତ୍ମନିର୍ଭର ଭାରତ ପାଇଁ ଆଗକୁ ଆମଦାନୀ କମ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆମଦାନୀ ବାବଦରେ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରା ସଂଚୟ ହେବ । ଆଗମୀ ଦିନରେ ଯେପରି ଭାରତକୁ କାହା ଉପରେ ନିର୍ଭର ହେବାକୁ ପଡିବନି, ସେଥିପାଇଁ ଦେଶରେ ଭିତିଭୂମୀର ବିକାଶ ଓ କଂଚାମାଲର ବ୍ୟବସ୍ଥା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.