Latest Odisha News

BREAKING NEWS

ଲକ୍‌ଡାଉନ -୪ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଲକ୍‌ଡାଉନ -୪ ସମ୍ପର୍କରେ ସବିଶେଷ ତଥ୍ୟ ଓ ନିୟମାବଳୀ ମେ ୧୮ ତାରିଖ ପୂର୍ବରୁ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ଏଥି ସହିତ ଏହି ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନରେ କଣ କଣ କଟକଣା ରହିବ ଏବଂ କେଉଁ ବ୍ୟବସ୍ଥା ଖୋଲା ରହିବ ସେଥି ନେଇ ରାଜ୍ୟମାନଙ୍କ ସହ ପରାମର୍ଶ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । କୁଟୀର ଶିଳ୍ପ, ଲଘୁ ଉଦ୍ୟୋଗ, ଚାଷୀ, ଦିନ ମଜୁରିଆ ଓ ମଧ୍ୟମ ବର୍ଗକୁ ସହାୟକ ହେବାକୁ ଥିବା ଏହି ପ୍ୟାକେଜ ଭାରତର ଜିଡିପିର ପ୍ରାୟ ୧୦ ପ୍ରତିଶତ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.