Latest Odisha News

BREAKING NEWS

ଅନ୍ତର୍ଜାତୀୟ ଯୋଗ ଦିବସ, ମୋଦିଙ୍କ ବାର୍ତ୍ତା ‘ଯୋଗ ଆଣେ ଏକତା’

ଭୁବନେଶ୍ୱର : ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଘରେ ରହି ପରିବାର ସହ ଯୋଗ କରନ୍ତୁ’ ।

ସକାଳୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ଆରମ୍ଭ ହୋଇଛି ଯୋଗ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଯୋଗ ଆମ ଭିତରେ ଏକତା ଆଣିଥାଏ । ଯୋଗକୁ ନେଇ ଲୋକଙ୍କ ଭିତରେ କେତେ ଉତ୍ସାହ ବଢିଛି ତାହା ଆଜିର ଘରେ ରହି ଯୋଗ କରି ଭିଡିଓ ପଟାଇବା ପ୍ରତିଯୋଗିତାରୁ ସ୍ପଷ୍ଟ ଜଣାପଡୁଛି ।

କରୋନା ବେଳେ ଯୋଗର ଆବଶ୍ୟକତା ରହିଛି । ଯଦି ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିବ ତେବେ ଏହି ରୋଗର ମୁକାବିଲା କରିପାରିବା । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଯୋଗର ଅନେକ ବିଧିି ରହିଛି । କେତେକ ଆସନ ରହିଛି ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ । ’

ଡିଜିଟାଲ ପ୍ଲାଟଫର୍ମରେ ପାଳିତ ହେଉଥିବା ଏହି ଯୋଗରେ ବାବା ରାମଦେବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରମୁଖ ସାମିଲ ହୋଇଛନ୍ତି ।

ଏଥି ସହ ଋାଷ୍ଟ୍ରପତି ରାମନାଥ କୋବିନ୍ଦ ସୋସିଆଲ ମିଡିଆରେ ଯୋଗ କରୁଥିବାର ଫଟୋ ସେୟାର କରିବା ସହ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଯୋଗ ବିଶ୍ୱ ପାଇଁ ଏକ ବଡ ଉପହାର ବୋଲି ସେ ଉଲ୍ଲେଖ କରିଛନ୍ତି । ଚାପରେ ଥିବା ବେଳେ ବିଶେଷ କରି କରୋନା ସମୟରେ ଯୋଗାଭ୍ୟାସ ଶରୀରକୁ ଫିଟ୍ ରଖିବା ସହ ମନ ପ୍ରଫୁଲ୍ଲ ରଖିଥାଏ ବୋଲି ରଷ୍ଟ୍ରପତି ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।

ଚଳିତ ବର୍ଷ କରୋନା ସଂକ୍ରମଣ ଭୟ ଥିବାରୁ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ । କେବଳ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳିତ ହେଉଛି ଯୋଗ ।

Leave A Reply

Your email address will not be published.