Latest Odisha News

ପଛକୁ ହଟିବନି ନାଗରିକତା ସଂଶୋଧନ ଆଇନ: ମୋଦୀ

ୟୁପି: ଦେଶବ୍ୟାପୀ ବିରୋଧ ସତ୍ୱେ ପଛକୁ ହଟିବନି ନାଗରିକତା ସଂଶୋଧନ ଆଇନ । ଦେଶରେ ଲାଗୁ ହେବ ସିଏଏ । ଏଭଳି ଦୃଢ଼କ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତର ପ୍ରଦେଶ ଚନେ୍ଦାଲିରେ ଜନସଭାକୁ ସମ୍ବୋଧିତ କରି ସିଏଏ ପ୍ରସଙ୍ଗରେ କିଛି ଏଭଳି କହିଛନ୍ତି ମୋଦୀ । ଆଜି ବାରାଣାସୀ ଗସ୍ତରେ ଯାଇ ମୋଦୀ, ସେଠାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଚନେ୍ଦାଲି ଗସ୍ତ କରିଥିଲେ । ସେଠାରେ ଦୀନଦୟାଲଙ୍କ ୬୪ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଅନାବରଣ କରାଯାଇଥିଲା । ପରେ ସିଏଏ ପ୍ରସଙ୍ଗରେ କହିଥିଲେ ମୋଦି । ସେ କହିଥିଲେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ଦେଶରେ ନାଗରିକତା ସଂଶୋଧନ ଆଇନ ଆଣିବା, ନିଷ୍ପତିକୁ ଦେଶ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲା । ଦେଶର ମଙ୍ଗଳ ପାଇଁ ଏହି ନିଷ୍ପତି ନିଆଯାଇଛି । ପ୍ରବଳ ବିରୋଧ ସତ୍ୱେ ଏହି ଆଇନ ଦେଶରେ ଯେମିତି ହେଲେ ବି ଲାଗୁ ହେବ । ଏହି ନିଷ୍ପତି କେବେବି ପରିବର୍ତନ ହେବ ନାହିଁ ବୋଲି କହିଛନ୍ତି ମୋଦୀ ।

Leave A Reply

Your email address will not be published.