Latest Odisha News

BREAKING NEWS

ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି ।

ସୋମବାର ଦିନ ଅନଲକ୍ ୨.୦ ଏବଂ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟତମ ଗାଇଡ଼ଲାଇନ ଜାରି ହୋଇଛି । ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ଚାଇନା ଆପ୍ପ ବ୍ୟାନ କରିବା ନେଇ ମଧ୍ୟ ସୂଚନା ଜାରି ହୋଇଛି । ଏହି ଆପ୍ସ ମଧ୍ୟରେ ଟିକଟକ୍ ଓ କ୍ୟାମସ୍କାନର୍ ପରି ଚୀନ୍ ନିର୍ମିତ ଅନେକ ଆପ୍ସ ରହିଛି ।

ଏହିସବୁ ଗାଇଡ଼ଲାଇନ୍ ସହିତ ଚୀନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିିତ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.