Latest Odisha News

BREAKING NEWS

ସୀମାନ୍ତ ଜିଲ୍ଲାରେ ପୋଲିସର ଏନକାଉଣ୍ଟର: ୪ ହାର୍ଡକୋର ମାଓବାଦୀ ମୃତ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ରାଜନନ୍ଦଗାଓଁ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସ ର ଏନକାଉଣ୍ଟରରେ ଚାରି ହାର୍ଡ କୋର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା।

ଘଟଣା ସ୍ଥଳରୁ ୪ ଟି ‘ଏକେ ୪୭’ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏନେଇ ରାଜନନ୍ଦଗାଓଁ ଏସପି ସୂଚନା ଦେଇଛନ୍ତି ।ରାଜନନ୍ଦଗାଓଁ ଜିଲ୍ଲାର ଆଣ୍ଟି ନକ୍ସଲ ଫୋର୍ସ ଦ୍ଵାରା ପରଦୋନି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲା ପୋଲିସ। ଖବର ପାଇ ପୋଲିସ ଏହି କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ।

ପୋଲିସ ମାଓବାଦୀ ମଧ୍ୟରେ ଦିର୍ଘ ସମୟ ଗୁଳିବିନିମୟ ହୋଇଥିଲା।ଏଥିରେ ୪ ହାର୍ଡ କୋର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା। ତେବେ ଆହୁରି କିଛି ମାଓବାଦୀ ମଧ୍ୟ ମୃତାହତ ହୋଇଥିବା ଆଶଙ୍କା କରି ଜଙ୍ଗଲ ମଧ୍ୟରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି।

୨୦୧୩ ମସିହାରେ ଜିରାମ ଘାଟି ରେ କଂଗ୍ରେସ ନେତାଙ୍କ ହତ୍ୟା ଘଟଣାରେ ବରିଷ୍ଠ ନେତା ମହେନ୍ଦ୍ର କର୍ମା ଏବଂ ତାଙ୍କ ପିଏ ସୋ ଙ୍କୁ ହତ୍ୟା କରିଥିଲେ ମାଓବାଦୀ। ଉକ୍ତ ଘଟଣାରେ ଏହି ୪ ମାଓବାଦୀଙ୍କର ଥିଲା ମୁଖ୍ୟ ଭୂମିକା ।

Leave A Reply

Your email address will not be published.