Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ଆରପାରିରେ ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ ।

ବିଜୟ ମିଶ୍ରଙ୍କୁ ନାଟ୍ୟ ଜଗତରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଏବଂ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ଜୀବନ ବ୍ୟାପୀ ଅବଦାନ ପାଇଁ ସମ୍ମାନଜକ ଜୟଦେବ ପୁରସ୍କାର ମଧ୍ୟ ସେ ପାଇଥିଲେ ।

ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା ଥିଲେ ବିଜୟ ମିଶ୍ର । ବିଜୟ ମିଶ୍ରଙ୍କ ପ୍ରସିଦ୍ଧ ନାଟକ ‘ତଟ ନିରଂଜନା’ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି ।

ବାଲେଶ୍ୱର ନୀଳଗିରିରେ ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବିଜୟ ମିଶ୍ର । ମାତ୍ର ୨୧ ବର୍ଷ ବୟସରେ ସେ ନିଜର ପ୍ରଥମ ନାଟକ ‘ଜନନୀ’ ରଚନା କରିଥିଲେ । ସେ ଜଣେ ଓଡ଼ିଆ ମଂଚ ଓ ଚଳଚ୍ଚିତ୍ର ନାଟ୍ୟକାର ଭାବେ ବେଶ୍ ପରିଚିତ ଥିଲେ । ବିଜୟ ମିଶ୍ର ଏଯାବତ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିସାରିଛନ୍ତି । ତାଙ୍କ ଦେହାନ୍ତରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.