Latest Odisha News

BREAKING NEWS

ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା: ଆସନ୍ତା କାଲି ଶୁଣାଣି

କଟକ/ଭୁବନେଶ୍ୱର : ଆଜି ଜୁନ ୨୫ ତାରିଖରେ ହିଁ ଥିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ତାରିଖ । କିନ୍ତୁ ଘୁଞ୍ଚି ଯାଇଛି ଜାମିନ ଆବେଦନର ଶୁଣାଣି ତାରିଖ । ତେବେ ଆସନ୍ତାକାଲିକୁ ଧାର୍ଯ୍ୟ କରାଯାଇଛି ଶୁଣାଣି ତାରିଖ ।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗତ ଏପ୍ରିଲ ୨୫ରୁ ୨ମାସ ପାଇଁ ସର୍ତ୍ତମୂଳକ ଜାମିନ ଆବେଦନ ପ୍ରଦାନ କରିଥିଲେ ମାନ୍ୟବର ଓଡ଼ିଶା ହାଇକୋର୍ଟ ।

ତେବେ ସିବିଆଇ ଓକିଲଙ୍କ ଅଦାଲତରେ ଅନୁପସ୍ଥିତା ଯୋଗୁଁ ଆଜି ଏହି ଶୁଣାଣି କାର୍ଯ୍ୟ ହୋଇ ନପାରି ଆସନ୍ତା କାଲିକୁ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଛି ବୋଲି ସୂତ୍ରରୁ ସୂଚନା ମିଳିିଛି ।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହୁନଥିବାରୁ ଏବେ ଏସ.ସି.ବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବିଧାୟକ ପ୍ରଭାତ ବିଶ୍ୱାଳ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହେବାପରେ ତାଙ୍କର ସ୍ୱାସ୍ଥ୍ୟର ଅବନତି କାରଣରୁ କଟକ ବଡ଼ମେଡ଼ିକାଲରେ ଏପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରାଯାଉଛି ।

ଅଦାଲତ ମଧ୍ୟ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କୀତ ସମସ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିସୋର ଠକେଇ ମାମଲାରେ ଗିରଫ କରିଥିଲା ।

Leave A Reply

Your email address will not be published.