Latest Odisha News

BREAKING NEWS

ଗର୍ଭବତୀଙ୍କୁ ହସ୍ପିଟାଲରେ ମିଳିଲାନି ଆଡମିଶନ, ନବଜନ୍ମିତ ଶିଶୁର ମୃତ୍ୟୁ !

ରାଜସ୍ଥାନ: ଯାଂଚ ଘେରରେ ରାଜସ୍ଥାନର ଭରତପୁର ସରକାରୀ ହସ୍ପିଟାଲ । ଗର୍ଭବତୀ ମହିଳା ଜଣକ ମୁସଲମାନ ହୋଇଥିବାରୁ ତାଙ୍କୁ ଭର୍ତ୍ତି କରିବା ବଦଳରେ ହସ୍ପିଟାଲ କର୍ମଚାରୀ ବାରଣ କରିଥିଲେ ।

ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ମୁସଲମାନ ହୋଇଥିବାରୁ ତାଙ୍କୁ ଜୟପୁର ହସ୍ପିଟାଲକୁ ରେଫର୍ କରାଯାଇଥିଲା । ହେଲେ ରାସ୍ତାରେ ହିଁ ଆମ୍ବୁଲାନ୍ସରେ ନବଜନ୍ମିତ ଶିଶୁଟିର ମୃତ୍ୟୁ ହୋଇଥିଲା । ବିବାଦ ବଢିବା ପରେ ଭରତପୁର ଜିଲ୍ଲା ପ୍ରଶାସନ ଏକ ଯାଂଚ କମିଟି ଗଠନ କରି ମହିଳାଙ୍କୁ ଏକ ଜନନୀ ହସ୍ପିଟାଲରେ ଭର୍ତ୍ତି କରିଛି ।

ଏହି ଘଟଣା ପରେ ରାଜସ୍ଥାନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂ ଭରତପୁର ସରକାରୀ ହସ୍ପିଟାଲର ଓବିଏସ୍ ଓ ଗାଇନିକ୍ ବିଭାଗର ମୁଖ୍ୟଙ୍କ ଉପରେ ବର୍ଷିଛନ୍ତି । ସମସ୍ତ ମାମଲାକୁ ସେ ଏକ ଭିଡିଓ ଜରିଆରେ ଟୁଇଟ୍ କରିଛନ୍ତି ।

ଅନ୍ୟପଟେ AIMIM ମୁଖ୍ୟ ଅସଦଉଦ୍ଦିନ ଓୱେସି ମଧ୍ୟ ଟୁଇଟ୍ ଜରିଆରେ ମୁସଲମାନଙ୍କ ପ୍ରତି ଅନ୍ୟାୟ ହେଉଥିବା କ୍ଷୋଭ ପ୍ରକାଶ କରିଛନ୍ତି ।

ତବଲିଗି ଜମାତ୍ ସମଗ୍ର ଦେଶକୁ ବିପଦରେ ପକାଇଥିବାବେଳେ ଏହାର ପ୍ରଭାବ ଅନ୍ୟ ମୁୁସଲମାନଙ୍କ ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.