Latest Odisha News

BREAKING NEWS

ବାହୁଡାଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହୁଡା ଯାତ୍ରା ଆଗାମୀ ୧୨ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି । ମାଉସୀମା ଘରକୁ ବୁଲି ଯାଇଥିବା ଚତୁର୍ଦ୍ଧା ମୂରତି ଏବେ ଫେରିବେ ବଡ ଦେଉଳକୁ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ ।

ଗଣମାଧ୍ୟମକୁ ସୂଚନାଦେଇ ବୁଧବାର ଦିନ ପୁରୀ ଏସପି ଉମାଶଙ୍କର ଦାସ କହିଛନ୍ତି “ଭକ୍ତମାନେ ଗୁରୁବାର ସଂଧ୍ୟା ୭ଟା ଯାଏଁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବମୀ ଦର୍ଶନ କରିବେ । ଏହାପରେ ସେବାୟତମାନେ ଶ୍ରୀଜିଉମାନଙ୍କର ପାରମ୍ଫରିକ ନୀତିକାନ୍ତି କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ, ସେହି ସମୟରୁ ଦର୍ଶନ ବନ୍ଦ ରହିବ” ।

ବାହୁଡାଯାତ୍ରାର ପ୍ରସ୍ତୁତି ପର୍ବ ନେଇ ଏକ ପ୍ରଶ୍ନରେ ଏସପି ବିସ୍ତୃତ ଭାବେ କହିଛନ୍ତି, ଯେ ବାହୁଡାଯାତ୍ରା କିପରି ଶାନ୍ତିଶୃଙ୍ଖଳାରେ ସମାପନ ହେବ ସେନେଇ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେହିପରି ବାହୁଡା ଦଶମୀ ଦିନ ଶାନ୍ତିଶୃଙ୍ଖଳା ବଜାଇ ରଖିବା ଲାଗି ତଥା ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ୪୫ ପ୍ଲାଟୁନ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

ସୂଚନା ମୁତାବକ ପରମ୍ପରା ଅନୁସାରେ ଦେବୀ ସୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କ ବିଗ୍ରହ ମଙ୍ଗଳବାର ଦିନ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପାଖରେ ଦଖିଣମୋଡ଼ ନେଇଥିବା ବେଳେ ବୁଧବାର ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦଖିଣମୋଡ଼ ନେଇଛି ।

Leave A Reply

Your email address will not be published.