Latest Odisha News

BREAKING NEWS

ଧର୍ମଗଡ଼ରେ ଉଦଘାଟିତ ହେଲା ‘ପ୍ରଧାନମନ୍ତ୍ରୀ କୌଶଳ ବିକାଶ’ କେନ୍ଦ୍ର

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ ଉଦଘାଟିତ ହୋଇଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର । ଅଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ଏହି କେନ୍ଦ୍ରର ଉଦଘାଟନ ଅନୁଷ୍ଠିତ ହୋଇଛି । ଏହି ଉତ୍ତବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ସମ୍ପର୍କରେ ଉତ୍ସବରେ ସଂବୋଧିତ କରିଥିଲେ ।

ଧର୍ମଗଡ ଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରର ଉଦଘାଟନ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଯୁବକ ମାନଙ୍କୁ କୁଶଳୀ କରିବା ପାଇଁ ଭାରତ ସରକାର ଏପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୩ ମାସିଆ, ୬ ମାସିଆ, ୯ ମାସିଆ ଓ ବର୍ଷକିଆ ତାଲିମ ପ୍ରଦାନ କରାଯାଇ ଯୁବକ ମାନଙ୍କୁ ନିଶ୍ଚିତ ରୋଜଗାର ସହ ଯୋଡିବା ପାଇଁ ଏପରି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି । ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଓଡିଶାର ଭାତହାଣ୍ଡି, ସଂସ୍କୁତି ଓ ଆତ୍ମାର ପରିଚୟ କଳାହାଣ୍ଡିରେ ଆଜି ଗୁରୁଦେବଙ୍କ ମାର୍ଗଦର୍ଶନରେ ଏପରି କେନ୍ଦ୍ର ଚାଲିବ ଏହା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ଏହିଠାରୁ ତାଲିମ ପାଇଁ ଯୁବକ ଯୁବତୀ ମାନେ ରାଜ୍ୟ ସହ ବାହାର ରାଜ୍ୟକୁ ଯାଇ ସମ୍ମାନର ସହ କାମ କରିବେ ।

ଉଦଘାଟନ ହୋଇଥିବା କେନ୍ଦ୍ରରେ ୧୦୦୦ ଜଣଙ୍କୁ ତାଲିମ ପ୍ରଦାନ କରାଯିବ । ଏହାପରେ ଏଠାରେ ରୋଜଗାର ମେଳା କରାଯାଇ ସେମାନଙ୍କର ନିଶ୍ଚିତ ରୋଜଗାର ସୁଯୋଗ ସୃଷ୍ଟି କରାଯିବ । ଆଗାମୀ ଦିନରେ ଏହା ବଡ ରୂପ ଧାରଣ କରିବ । ପାରମ୍ପରିକ କାରିଗରକୁ କୌଶଳ ସହ ଯୋଡିବା ଏହି କେନ୍ଦ୍ରର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି କେନ୍ଦ୍ରର ପରିଚାଳନା ଓ ସ୍ଥାପନା କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସହଯୋଗୀତାରେ ଶ୍ରୀ ଶ୍ରୀ ରୁରାଲ ଡେଭେଲମେଂଟ ଟ୍ରଷ୍ଟ ତରଫରୁ କରାଯାଉଛି ।

୧୫ ହଜାର ବର୍ଗଫୁଟ ପରିମିତ ଅଂଚଳରେ ପ୍ରତିଷ୍ଠିତ ଏହି କେନ୍ଦ୍ର ବର୍ଷକୁ ୧୦୦୦ ଯୁବ ପୀଢିଙ୍କୁ ଦକ୍ଷତା ବିକାଶର ପ୍ରଶିକ୍ଷଣ ଦେବ । ଜୈବିକ କୃଷି, ପାଇପ ମିସ୍ତ୍ରୀ, ସିଲେଇ ଶିକ୍ଷା, ଘରୋଇ ସ୍ୱାସ୍ଥ୍ୟ ସହାୟକ ଏବଂ ବିଜୁଳି ମେକାନିକ ପ୍ରତି କ୍ଷେତ୍ରରେ ପ୍ରତବର୍ଷ ୨୦୦ ଲେଖାଁଏ ଯୁବକଙ୍କୁ ପ୍ରଶିକ୍ଷିତ କରାଯାଇ ଏହାର ମୋଟ ସଂଖ୍ୟା ୧୦୦୦ କରାଯିବ । ଦକ୍ଷତା ମନ୍ତ୍ରଣାଳୟର ଏନଏସଡିସି ଓ ଶ୍ରୀଶ୍ରୀ ରୁରାଲ ଡେଭଲପମେଂଟ ଟ୍ରଷ୍ଟ ମଧ୍ୟରେ ୩ ଟି ବୁଝାବଣା ଆଧାରରେ ଦକ୍ଷତା ବିକାଶ କାର୍ଯ୍ୟକୁ ଆଗକୁ ନେବାପାଇଁ ଏହି କାର୍କ୍ୟକ୍ରମରେ ବୁଝାବଣା ପତ୍ରରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ ହୋଇଛି ।

ଓଡିଶାରେ ମଡେଲ ସ୍କିଲ ଭିଜେଲ ପ୍ରତିଷ୍ଠା ସହ ପୂର୍କରୁ ବୃତି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରାୟାର ଲଣିଂରେ ପ୍ରମାଣ ପତ୍ର ଦେବାପାଇଁ ଶ୍ରୀ ଶ୍ରୀ ଟ୍ରଷ୍ଟ କାମ କରିବ । ଏହାସହ ୨୦ ହଜାର ଯୁବକଙ୍କୁ ଯୋଗ ଶିକ୍ଷକ ଭାବରେ ଯୋଗାଚାର୍କ୍ୟ କରିବା ପାଇଁ ଶ୍ରୀଶ୍ରୀ ଟ୍ରଷ୍ଟ କାମ କରିବା ପାଇଁ ଏହିଠାରେ ବୁଝାବଣା ପତ୍ର ପ୍ରସ୍ତୁତ ହୋଇଛି ।

Leave A Reply

Your email address will not be published.