Latest Odisha News

BREAKING NEWS

ଗଲୱାନ ଘାଟି ଆମର: ପ୍ରଧାନମନ୍ତ୍ରୀ

ଲେହରୁ ଚୀନକୁ ତେତେଇ ଦେଲେ ପ୍ରଧାନମନ୍ତ୍ରୀ । ଗଲୱାନ ଘାଟି ଭାରତର । ପୂରା ଲଦାଖ ଆମର ମାନ ଓ ସମ୍ମାନର ପ୍ରତୀକ । ଆଜି ଲେହ ଗସ୍ତରେ ଯାଇ ଯବାନଙ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଯବାନଙ୍କ ଇଚ୍ଚାଶକ୍ତି ପାହାଡ ଭଳି । ଆପଣମାନଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ ରହିଛି । ଏଥିରେ କାହାର ସନ୍ଦେହ ନାହିଁ । ବୀର ଯବାନଙ୍କ ଉପରେ ସାରା ଦେଶର ଭରସା ଓ ବିଶ୍ୱାସ ଅତୁଟ ରହିଛି ।

ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଭାରତୀୟ ଯବାନଙ୍କ ଆଗରେ ଦେଶ ନତମସ୍ତକ । ଆମର ସଂକଳ୍ପ ହିମାଳୟ ଭଳି ଉଚ୍ଚା । ଯବାନମାନେ ଯେଉଁ ବୀରତ୍ୱ ଦେଖାଇଲେ ତାହା ସାରା ବିଶକୁ ବାର୍ତ୍ତା ଦେଇଛି । ଗଲଓ୍ୱାନ ଘାଟି ସଂଘର୍ଷ ପରେ ଆଜି ଲଦାଖର ଲେହ ଗସ୍ତରେ ଯ଼ାଇଛନ୍ତି ପ୍ରଧାନମନ୍ତ୍ରୀ । ସେନା ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଯବାନଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

Leave A Reply

Your email address will not be published.