Latest Odisha News

BREAKING NEWS

‘ଅମ୍ଫାନ’ ଘୂର୍ଣ୍ଣିବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଅମ୍ଫାନ’କୁ ସାମନା କରିବା ଲାଗି ନିଆଯିବାକୁ ଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ।

ଅଧିକ ପଢନ୍ତୁ: ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି ହେବା ଆଶଙ୍କା ରହିଛି, ଜାଣନ୍ତୁ

ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା କରିବା ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି । ଏନଡିଆରଏଫର ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଘଟଣାସ୍ଥଳରେ ୨୫ଟି ଟିମ ମୁତୟନ ହୋଇଥିବା ବେଳେ ଆହୁରି ୧୨ଟି ଟିମକୁ ସଜାଗ ରଖାଯାଇଛି ।

ଅଧିକ ପଢନ୍ତୁ: ସୁନ୍ଦରବନରେ ମାଡ଼ ହେବ ମହାବାତ୍ୟା ‘ଅମ୍ଫାନ’, ରଚିବ ତାଣ୍ଡବ

ଏନଡିଆରଏଫର ଆହୁରି ୨୪ଟି ଟିମ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।

ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା  ପି.କେ ସିହ୍ନା, କ୍ୟାବିନେଟ ସଚିବ  ରାଜୀବ ଗୌବା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.