Latest Odisha News

BREAKING NEWS

ସିଲଭର୍ ସିଟିରେ ଆତଙ୍କ, ମାତିଛି ‘ସାଇକୋ କିଲର୍’…

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଯାବତ୍ ପାଖାପାଖି ୩ ଜଣ ନିରାଶ୍ରୟ ପ୍ରାଣ ହରାଇଥିବା ଜଣାପଡିଛି ।

ସିଲଭର ସିଟି ରାଜରାସ୍ତାରେ ଗତକିଛି ଦିନ ହେବ ଘଟୁଥିବା ଏହି ହତ୍ୟାକାଣ୍ଡ କମିଶନରେଟ୍ ପୋଲିସର ନିଦ ହଜାଇଦେଇଛି ।

ସେ ଅଭିଯୁକ୍ତ ଜଣକ କିଏ ଓ କାହିଁକି ନିରାଶ୍ରୟମାନଙ୍କୁ ଟାର୍ଗେଟ କରୁଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନଥିବା ବେଳେ କେହିକେହି ତାକୁ ‘ଷ୍ଟୋନମ୍ୟାନ୍’ ଅବା ‘ସାଇକୋ କିଲର୍’ ମଧ୍ୟ କହୁଛନ୍ତି ।

ତେବେ ହତ୍ୟାକାରୀ ଫୁଟପାଥରେ ଆଶ୍ରୟ ନେଉଥିବା ଦିନ ମଜୁରିଆ ଓ ବାସହୀନଙ୍କୁ ଟାର୍ଗେଟ କରୁଥିବାବେଳେ ସେମାନଙ୍କୁ ପଥରରେ ଛେଚି ତଥା ତଣ୍ଟି କାଟି ହତ୍ୟା କରୁଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ।

ଏଭଳି ଜଘନ୍ୟ କାଣ୍ଡ ଘଟାଉଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଥିଲେ ମଧ୍ୟ ଏବେସୁଦ୍ଧା କୌଣସି ଟେର୍ ପାଉନି । କଟକ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ନିରାଶ୍ରୟମାନଙ୍କୁ ଉଦ୍ଧାର କରି ରାତି ଆଶ୍ରୟସ୍ଥଳରେ ରଖୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.