Latest Odisha News

BREAKING NEWS

ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ଲାଗି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆନ୍ତର୍ଜାତୀକ ଏସୀୟ ଆଥଲେଟିକ ମିଟ ସଫଳତାର ସହିତ ଆୟୋଜନ କରିବା ସହିତ ଆଗକୁ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକି ଆୟୋଜନର ଗୁରୁ ଦାୟିତ୍ୱ ରାଜ୍ୟ ସରକାର ନେଇଛନ୍ତି । କିନ୍ତୁ ଏବେ ବ୍ୟାଡ଼ମିଣ୍ଟନରେ ନୂଆ ପଦକ୍ଷେପ ନେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବ୍ୟାଡ଼ମିଣ୍ଟନର ବିକାଶ ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଓ ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଖୁସିର ଖବର, ଭୁବନେଶ୍ୱର ଏବେ ଏକ ଆନ୍ତର୍ଜାତୀକ କ୍ରୀଡ଼ା ସିଟି ଭାବେ ମାନ୍ୟତା ହାସଲ କରିବାକୁ ଯାଉଛି ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭାରତୀୟ ବ୍ୟାଡ଼ମିଣ୍ଟନର କିମ୍ବଦନ୍ତୀ ଗୋପୀଚାନ୍ଦ ବିଭିନ୍ନ ଦେଶ ତଥା ବିଭିନ୍ନ ରାଜ୍ୟରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇ ଆନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିପାରିଛନ୍ତି । ଏବେ ରାଜ୍ୟରେ ଖେଳାଳିମାନେ ଉତ୍ତମ ତାଲିମ ପାଇପାରିବେ । ଏଠାରୁ ତାଲିମ ପାଇ ଉଚ୍ଚମାନର ଖେଳାଳି ସୃଷ୍ଟି ହୋଇ ରାଜ୍ୟର ମାନ ବୃଦ୍ଧି କରିବାରେ ସହାୟକ ହେବେ । ଗୋପୀଚାନ୍ଦ ଓ ତାଙ୍କର ଫାଉଣ୍ଡେସନକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ସହିତ ଭିତ୍ତିଭୁମି ଯୋଗାଇଦେବେ ।

ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଗତବର୍ଷ ରାଜ୍ୟ କ୍ରୀଡ଼ା ବିଭାଗ ସଫଳତାର ସହିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ମାତ୍ର ୯୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ବିଶାଳ କ୍ରୀଡ଼ା ଆୟୋଜନ କରିପାରିଥିଲା ରାଜ୍ୟ କ୍ରୀଡ଼ା ବିଭାଗ ଯେଉଁଥିରେ କି ୪୨ଟି ଦେଶର ପ୍ରତିଯୋଗୀ ସଫଳତାର ସହିତ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.