Latest Odisha News

BREAKING NEWS

ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ; ସରିଲା ୩୯ ତୁମ୍ବ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ରୁତ ଗତିରେ ଅଗ୍ରସର ହେଉଛି ରଥ ନିର୍ମାଣ କାର୍ଯ୍ୟ । ସମୁଦାୟ ୪୨ଟି ଏପର୍ଯ୍ୟନ୍ତ ତୁମ୍ବରୁ ୩୯ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇ ହୋଇଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି ।

ସୋମବାର ୩ରଥର ୩ଗୋଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରତି ରଥର ୨ଟି ଲେଖାଏଁ ମୋଟ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି । ୬ଟି କୋରାମୁଣ୍ଡା ତିଆରି ଚାଲିଛି ।

ସୋମବାର ରଥ ଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏହି ସେବକମାନେ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତନିବାସ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି । ସମସ୍ତ ସେବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପର୍ବର ପ୍ରାରମ୍ଭିକ ପର୍ବ ବଡ଼ଦାଣ୍ଡର ରଥଖଳାରୁ ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ରଥକାଠ ଅନୁକୂଳ ହୋଇ ତିନିରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଥିଲେ ମଧ୍ୟ ସରକାରଙ୍କ ଲକ୍‌ଡ଼ାଉନ୍ ନିୟମକୁ ପାଳନ କରାଯାଇ ବିଳମ୍ବରେ ଆରମ୍ଭ ହୋଇଛି । ଭୋକ-ଶୋଷ ଭୁଲି ରଥଖଳାରେ ମହାରଣା ସେବକ ମାନେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରୁଛନ୍ତି ତିନିରଥ ।

Leave A Reply

Your email address will not be published.