Latest Odisha News

BREAKING NEWS

ବଦଳିଲା କ୍ୱାରେଂଟିନ୍ ନିୟମ, ଏଣିକି ୧୪ ଦିନ ସଂଗରୋଧ କେନ୍ଦ୍ରରେ ରହିବେ ପ୍ରବାସୀ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଂଟିନ୍ ନିୟମ । ଆସିଲା ନୂଆ ନିୟମ । ଏଣିକି ୨୮ ଦିନିଆ ବଦଳରେ ୧୪ ଦିନ ପାଇଁ ରହିବାକୁ ପଡିବ ସଂଗରୋଧରେ । ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏଥର ୧୪ ଦିନିଆ ସଂଗରୋଧ ରହିବା ନିୟମ କରାଯାଇଛି । ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଏହି ୧୪ ଦିନିଆ କ୍ୱାରେଂଟିନ ରହିବା ନିୟମ ଲାଗୁ ହୋଇଛି ।

ସହରାଂଚଳକୁ କୌଣସି ପ୍ରବାସୀ ଆସୁଥିଲେ ତାଙ୍କୁ ୧୪ ଦିନ ପାଇଁ ସରକାରୀ କ୍ୱାରେଂଟିନ ସେଂଟରରେ ରହିବାକୁ ପଡିବ । କିନ୍ତୁ ଗ୍ରାମାଂଚଳକୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏହି କ୍ୱାରେଂଟିନ ନିୟମରେ ପରିବର୍ତନ ହୋଇଛି । ଏମାନେ ୧୪ ଦିନ ପାଇଁ କ୍ୱାରେଂଟିନରେ ରହିବେ । ପ୍ରଥମ ୭ ଦିନ ସରକାରୀ କେନ୍ଦ୍ରରେ ରହିବେ । ଲକ୍ଷଣ ନଥିଲେ ଅନ୍ୟ ୭ ଦିନ ହୋମ କ୍ୱାରେଂଟାଇନରେ ରହିବେ । ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ସମସ୍ତ ସରପଂଚ ମାନଙ୍କୁ ଏଥିପ୍ରତି ଦାୟିତ୍ୱବାନ ରହି କାମ କରିବାକୁ ପଡିବ ବୋଲି କହିଛନ୍ତି ଏସଆରସି । ଏହା ସହ ସେ କହିଛନ୍ତି ଦିନେ ଦୁଇ ଦିନ ପାଇଁ ରାଜ୍ୟକୁ ବାହାର ରାଜ୍ୟରୁ କାମ ପାଇଁ ଆସୁଥିବା ଲୋକଙ୍କୁ ରଖା ଯିବ ନାହିଁ କ୍ୱାରଂଟିନରେ ।

Leave A Reply

Your email address will not be published.