Latest Odisha News

BREAKING NEWS

କ୍ରିକେଟକୁ ବି କଳଙ୍କିତ କରିଛି ବର୍ଣ୍ଣବୈଷମ୍ୟ ବିବାଦ

ଭୁବନେଶ୍ୱର: ବର୍ଣ୍ଣବୈଷମ୍ୟ ମଣିଷଠାରୁ ମଣିଷକୁ ଅଲଗା କରିଥାଏ । ସବୁ କ୍ଷେତ୍ରରେ ଏହା ବ୍ୟାପିଯାଇଛି । ଖେଳ ବିଶେଷ କରି କ୍ରିକେଟ ମଧ୍ୟ ଏଥିରେ କଳଙ୍କିତ ହୋଇଛି । ଆସନ୍ତୁ ଜାଣିବା କିପରି ଏହି ବିବାଦକୁ କ୍ରିକେଟର ନାମ ତଳେ ପକାଇଛି ।୧୯୭୬ରେ ଇଂଲଣ୍ଡର ଅଧିନାୟକ ଟୋନୀ ଗ୍ରେଗ୍ ପ୍ରଥମ କରି ଭଦ୍ରଲୋକର କ୍ରୀଡାରେ ଅଭଦ୍ରାମିର ପରିଚୟ ଦେଇଥିଲେ । ସେ ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କୁ ଦାସ ଭଳି ଦେଖିବାକୁ ଚାହୁଁଥିଲେ ବୋଲି କହିଥିଲେ । ଇଂଲଣ୍ଡ ଦୀର୍ଘଦିନ ଧରି ୱେଷ୍ଟଇଣ୍ଡିଜକୁ ହଇରାଣ କରିଥିଲା । କୃଷ୍ଣକାୟ ବ୍ୟକ୍ତିଙ୍କୁ ଦାସ କରି ରଖୁଥିଲେ ।ସେହିପରି ୨୦୦୬ରେ ଅଷ୍ଟ୍ରେଲିଆ ପୂର୍ବତନ ବ୍ୟାଟ୍ସମ୍ୟାନ ଡିନ ଜୋନ୍ସ ଭାଷ୍ୟକାର ଭାବେ ହାସିମ ଆମଲାଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା । ଆମଲା ଏକ କ୍ୟାଚ ନେଇଥିବା ବେଳେ ଜୋନ୍ସ କହିଥିଲେ, ଟେରୋରିଷ୍ଟ (ଆତଙ୍କବାଦୀ) ଆଉ ଏକ ଉଇକେଟ ନେଲେ । ଏହା ପରେ ପ୍ରସାରଣ କମ୍ପାନୀ ଭାଷ୍ୟକାର ଜୋନ୍ସ ହଟାଇ ଦେଇଥିଲା ।

୨୦୦୮ରେ ଅଷ୍ଟ୍ରେଲିଆର ଆଣ୍ଡ୍ର‌୍ୟୁ ସାଇମଣ୍ଡସ ଭାରତର ହରଭଜନ ସିଂ ତାଙ୍କୁ ମାଙ୍କଡ କହିଥିବା ଅଭିଯୋଗ ଆଣିଥିଲେ । ହରଭଜନଙ୍କୁ ୩ଟି ମ୍ୟାଚରୁ ନିଲମ୍ବିତ କରାଯାଇଥିଲା । ପରେ ସମ୍ପୂର୍ଣ୍ଣ ଘଟଣା ଅନୁଧ୍ୟାନ କରିବା ପରେ ତାଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରି ଛାଡି ଦିଆଯାଇଥିଲା । ୨୦୧୫ ଆଶେସ ଟ୍ରଫି ଅବସରରେ ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଅଷ୍ଟ୍ରେଲିଆର ଜଣେ ଖେଳାଳି ଓସାମା ବୋଲି କହିଥିଲେ । ମୋଇନ ତାଙ୍କ ଆତ୍ମକଥାରେ ଏହା ଉଲ୍ଲେଖ କରିଛନ୍ତି ।ଡର୍ବାନରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଆଣ୍ଡିଲ ଫେହଲୁକବାୟୋଙ୍କୁ ଅପମାନିତ କରିଥିଲେ । ଅବେ କାଲେ ତେରୀ ଅମ୍ମି ଆହ କାହାଁ ବୈଠି ହେଁ । ଘଟଣା ଜୋର ଧରିବା ପରେ ସର୍ଫରାଜ କ୍ଷମା ମାଗିଥିଲେ ।

Leave A Reply

Your email address will not be published.