Latest Odisha News

BREAKING NEWS

ରାଜସ୍ଥାନ ହାଇଡ୍ରାମାରେ କେବେ ଯବନିକା, ଆଜି ପୁଣି ମାନସମନ୍ଥନ

ରାଜସ୍ଥାନ ରାଜନୀତିରେ ସଙ୍କଟ ଟଳିଛି । କିନ୍ତୁ ଯବନିକା ପଡିନି । ନାରାଜ ସଚିନ ପାଇଲଟଙ୍କୁ ମନାଇବାରେ ଏଯାଏ ସଫଳ ହୋଇ ନାହାନ୍ତି କଂଗ୍ରେସର ସଙ୍କଟ ମୋଚକ । ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଆଜି ସକାଳେ ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ ଯୋଗ ଦେବାକୁ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ କୁହାଯାଇଛି ।

ଗତକାଲି ବିଧାୟକ ଦଳ ବୈଠକକୁ ବଏକଟ କରିଥିଲା ସଚିନ ପାଇଲଟ୍ । ଆଜି ଆସିବେ କି ନାହିଁ ଏଯାଏଁ ସସପେନ୍ସ । ରଣଦୀପ ସୂର୍ଯ୍ୟେଓ୍ୱାଲା କହିଥିଲେ, ରାଜ୍ୟର ରାଜନୈତିକ ସ୍ଥିତି ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ହେବ । ମତଭେଦ ଥିଲେ ଖୋଲାଖୋଲି କହିବା ଆବଶ୍ୟକ ।

ଅଶୋକ ଗେହଲଟ ଦାବି କରିଛନ୍ତି ତାଙ୍କ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ ସଚିନ ପାଇଲଟ୍ ତାଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି । ଏଭଳି ସ୍ଥିତିରେ ରାଜସ୍ଥାନ ହାଇଡ୍ରାମା ଏଯାଏ ସରିନି । କାଲିର ବୈଠକ ଓ ନିଷ୍କର୍ଷ ଉପରେ ନଜର ରହିଛି ।

Leave A Reply

Your email address will not be published.