Latest Odisha News

BREAKING NEWS

ରାକ୍ଷୀ ସାୱନ୍ତ କହିଲେ, ମୋ ଗର୍ଭରେ ସୁଶାନ୍ତଙ୍କ ପୁର୍ନଜନ୍ମ ହେବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୋ ସ୍ୱପ୍ନରେ ଆସିଥିଲେ । ସେ ମୋ ଗର୍ଭରେ ପୁର୍ନଜନ୍ମ ନେବେ ବୋଲି ରାକ୍ଷୀ ସାୱନ୍ତ କହିଛନ୍ତି । ସେ ସୋସିଆଲ ସାଇଟରେ ଏକ ଭିଡିଓ ମେସେଜ ମାଧ୍ୟରେ ଏହା କହିଛନ୍ତି । ତାଙ୍କ କହିବା ଅନୁସାରେ.. ରାତିରେ ମୁଁ ଶୋଇଥିଲି । ହଠାତ ଲାଗିଲା ମୋ ପାଖରେ କିଏ ଜଣେ ଛିଡା ହୋଇଛି । ମୁଁ ପଚାରିଲି କିଏ ସେ ? ଅନ୍ଧାରରେ ବ୍ୟକ୍ତି ଜଣକ କହିଲେ ମୁଁ ସୁଶାନ୍ତ, ମୋର ପୁର୍ନଜନ୍ମ ହେବ । ତୁମେ ଶୀଘ୍ର ବିବାହ କର, ତୁମ କୋଳରେ ଜନ୍ମ ନେବି । ଏହି କଥା ଖୁବ୍ ଶୀଘ୍ର ମୋ ପ୍ରଶଂସକଙ୍କୁ ଜଣେଇଦିଅ ।

ତେବେ ରାକ୍ଷୀଙ୍କ ଏହି ଭିଡିଓ ପ୍ରଶଂସକଙ୍କୁ ପସନ୍ଦ ଆସି ନାହିଁ । ସେମାନେ ରାକ୍ଷୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରତି ପ୍ରଶଂସକଙ୍କ ସ୍ନେହ ଅଧିକ ବୃଦ୍ଧି ପାଇଛି । ଏହାର ଫାଇଦା ଉଠାଇବା ପାଇଁ ସେଲିବ୍ରେଟି ସୁଶାନ୍ତଙ୍କ ନାମକୁ ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.