Latest Odisha News

BREAKING NEWS

ନୀରବରେ ଶେଷ ହୋଇଗଲା ସାହିଯାତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଏଥର ନୀରବରେ ସାହିଯାତ ଶେଷ ହୋଇଯାଇଛି । ପୁରୀବାସୀଙ୍କ ସବୁଠାରୁ ପ୍ରିୟ ସାହିଯାତରେ ଏଥର କିଛି ବାଦି ନ ଥିଲା କି ପ୍ରତିଯୋଗିତା ନ ଥିଲା । ଗୁରୁବାର ଶ୍ରୀରାମାଭିଷେକ ନୀତି ପରେ ସାହିଯାତ ବିଧିବଦ୍ଧ ଭାବେ ସମାପ୍ତ ହୋଇଥିଲା । ଜଗନ୍ନାଥ ବଲ୍ଲଭ ମଠ ଭିତରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଗୌଡବାଡ ସାହି ପକ୍ଷରୁ ଭରତ, ଶତ୍ରୁଘ୍ନ, ବଶିଷ୍ଠ ଋଷି ଓ ହନୁମାନ ବାହାରିଥିଲେ ।

ପୂଜାପଣ୍ଡାସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଭରତକୁ ଦେଇଥିଲେ । ସବୁ କାର୍ଯ୍ୟ ଶେଷ ହେବା ପରେ ଶ୍ରୀରାମଚନ୍ଦ୍ର ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତନ କରି ମହାଲକ୍ଷ୍ମୀଙ୍କ ଜଗମୋହନଠାରେ ନୀତି ସମ୍ପନ୍ନ କରିଥିଲେ ।

Leave A Reply

Your email address will not be published.