Latest Odisha News

BREAKING NEWS

କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ କରୋନା ଔଷଧ ତିଆରି କରିଥିବା ନେଇ ଦାବି କରିଛି । ଏହାପରେ କେନ୍ଦ୍ର ସରକାର ପଜଞ୍ଜଳି ସଂସ୍ଥାକୁ ଔଷଧର ସବିଶେଷ ତଥ୍ୟ ମାଗିବା ସହ ବିଜ୍ଞାପନ କବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ ତଲବ କରିଛି ଆୟୁଷ ମନ୍ତ୍ରାଳୟ । କେନ୍ଦ୍ରୀୟ ସଂସ୍ଥାଦ୍ୱାରା ଔଷଧର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପର୍ଯ୍ୟନ୍ତ ଔଷଧର ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର ।

ଉଲ୍ଲେଖଯୋଗ୍ୟ, ପତଞ୍ଜଳି ସଂସ୍ଥା ପକ୍ଷରୁ ସାତ ଦିନ ମଧ୍ୟରେ କରୋନାଭାଇରସକୁ ଭଲ କରି ପାରୁଥିବା ଏକ ଆୟୁର୍ବେଦୀୟ ଔଷଧର ଉଦ୍ଭାବନ କରିଛି ବୋଲି ଦାବି କରିବା ସହ ସଂପୃକ୍ତ ଔଷଧର ବିକ୍ରୟ ପାଇଁ ବିଜ୍ଞାପନ ଆରମ୍ଭ କରିଥିଲା। ତେବେ, କେନ୍ଦ୍ର ସରକାର ସଂପୃକ୍ତ ଔଷଧର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ସରକାର ପତଞ୍ଜଳି ସଂସ୍ଥାକୁ କହିଛନ୍ତି।  ଔଷଧର ମଞ୍ଜୁରି ପତ୍ର ଦାଖଲ ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଆଜି ପତଞ୍ଜଳି ସଂସ୍ଥାର ପ୍ରତିଷ୍ଠାତା ରାମଦେବ କହିଥିଲେ ଯେ ସମଗ୍ର ଦେଶରେ ୨୮୦ ଜଣ ରୋଗୀଙ୍କ ଉପରେ ଗବେଷଣା ଏବଂ ପରୀକ୍ଷଣ ଆଧାରରେ ଏହି ଔଷଧର ଉଦ୍ଭାବନ ସହ ପତଞ୍ଜଳି ସଂସ୍ଥା ଏହାକୁ ବିକଶିତ କରିଛି। କରୋନା କିଟ୍‌ ନାମିତ ଏହି ଔଷଧର ମୂଲ୍ୟ ୫୪୫ ଟଙ୍କା ରହିଛି। ଯାହାର ବିକ୍ରୟ ଆଗାମୀ ଏକ ସପ୍ତାହ ମଧ୍ୟରେ ସମଗ୍ର ଦେଶରେ ଆରମ୍ଭ ହେବ ଏବଂ ଏଥିପାଇଁ ବିଜ୍ଞାପନ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା ପତଞ୍ଜଳି ।

Leave A Reply

Your email address will not be published.