Latest Odisha News

ରାମନବମୀ: ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମୋତ୍ସବ

ଭୁବନେଶ୍ୱର: ବିଶ୍ୱାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ୱ ।

ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀକୁ ରାମ ନବମୀ ଭାବରେ ପାଳନ କରାଯାଏ | ଏହିଦିନ ପୁଣର୍ଭାସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କ ଜନ୍ମ ହୋଇଥିଲା।

ହିନ୍ଦୁ ପୁରାଣ ଅନୁଯାୟୀ, ତ୍ରେତୟା ଯୁଗରେ ରଘୁକୁଳରେ ଜନ୍ମ ହୋଇଥିଲେ ଶ୍ରୀରାମ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସକୁ ରାମନବମୀ ରୂପେ ପାଳନ କରାଯାଏ ।

ଶାସ୍ତ୍ର ଅନୁଯାୟୀ ଚୈତ୍ର ଶୁକ୍ଲ ନବମୀ ତିଥି ଦ୍ବିପହର ସମୟରେ ଧରାବତରଣ କରିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ।

ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟା ନରେଶ ଦଶରଥଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ।

ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ସମେତ ସାରା ଦେଶରେ ବଡ ଧୁମଧାମ ଓ ଜାକଜମକରେ ପାଳିତ ହୋଇଥାଏ ରାମନବମୀ ।

Leave A Reply

Your email address will not be published.