Latest Odisha News

BREAKING NEWS

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ୩୮୪/୮

ରାଜକୋଟ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ୮ ଉଇକେଟ ବିନିମୟରେ ୩୮୪ ରନ ସଂଗ୍ରହ କରିଛି । ଅର୍ପିତ ବାସୁଦେବ ଆକର୍ଷଣୀୟ ଶତକ (୧୦୬) ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ (୬୬) ରନ ବଳରେ ସୌରାଷ୍ଟ୍ର ଭଲ ସ୍କୋର କରିବାରେ ସଫଳ ହୋଇଛି ।

ବେଙ୍ଗଲ ତରଫରୁ ସବୁଠାରୁ ସଫଳ ବୋଲର ଭାବେ ଆକାଶଦୀପ ୩ଟି ଉଇକେଟ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୁକେଶ କୁମାର ଓ ଶାହାବାଜ ଅହମ୍ମଦ ୨ଟି ଲେଖାଏଁ ଉଇକେଟ ହାସଲ କରିଛନ୍ତି । ଟସ୍ ଜିତି ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.