Latest Odisha News

ରଣଜୀ ଟ୍ରଫି: ଓଡିଶାରୁ ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ରବିବାର ଦିନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି ।

ଓସିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ୨ଟି ମ୍ୟାଚ୍ ଲାଗି ଏହି ଦଳ ଘୋଷିତ ହୋଇଛି ।
ଆସନ୍ତା ଡିସେମ୍ବର ୯ ତାରିଖରେ ଓଡିଶାର ରଣଜୀ ଦଳ ଛିତିଶଗଡ ସହ ମୁକାବିଳା କରିବ ।

ପରେ ଡିସେମ୍ବର ୧୭ ଆଉ ଗୋଟିଏ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୨୫ରେ ଉତ୍ତରାଖଣ୍ଡ, ଜାନୁଆରୀ ୩ରେ ତ୍ରୀପୁରା, ଜାନୁଆରୀ ୧୧ରେ ହରିୟାଣା, ଜାନୁଆରୀ ୧୯ରେ ଜମ୍ମୁ ଓ କାଶ୍ମୀର, ଜାନୁଆରୀ ୨୭ରେ ଆସାମ, ଫେବୃଆରୀ ୪ରେ ମହାରାଷ୍ଟ୍ର ଏବଂ ଫେବୃଆରୀ ୧୨ରେ ଝାଡଖଣ୍ଡ ବିପକ୍ଷରେ ଓଡିଶା ମ୍ୟାଚ୍ ଖେଳିବ ।

ଗତଥର ଓଡିଶା ଖେଳିଥିବା ମୋଟ୍ ୯ଟି ମ୍ୟାଚ୍ ମଧ୍ୟରୁ ୪ଟି ବିଜୟ, ୩ ପରାଜୟ ଓ ୨ଟି ଅମୀମାଂସିତ ସହ ୨୬ ପଏଣ୍ଟ ହାସଲ କରି ଗ୍ରୁପ୍ ସି’ର ୪ର୍ଥ ସ୍ଥାନରେ ରହିପାରିଥିଲା ।

ଓଡିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦାର, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡଙ୍ଗୀ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା (ୱିକେଟ୍ କିପର୍), ରାଜେଶ ଧୂପର (ୱିକେଟ୍ କିପର୍), ଅଙ୍କିତ ଯାଦବ ଓ ପପୁ ରାଏ ।.

Leave A Reply

Your email address will not be published.