Latest Odisha News

BREAKING NEWS

ସୂର୍ଯ୍ୟ ପରାଗ : ଭାରତରେ କେତେବେଳେ ଗ୍ରାସ, କେତେବେଳେ ମୋକ୍ଷ

ଜୁନ ୨୧ ତାରିଖ ସକାଳ ୯ଟା ୫୬ ମିନିଟ ସମୟରେ ଗୁଜରାଟ ଦ୍ୱାରକା ଆକାଶରେ ପ୍ରଥମେ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ତେବେ ଏହା ଆଂଶିକ ପରାଗ ହେବ । ଯେହେତୁ ଭାରତ ପାଇଁ ରାଜସ୍ଥାନରେ ପ୍ରଥମେ ବଳୟ ପରାଗ ହେବ ତେଣୁ ଏଠିକାର ସମୟ ଉପରେ ନଜର ପକାଇବା ।

ରାଜସ୍ଥାନରେ ୧୦ଟା ୧୨ ମିନିଟ ୨୬ସେକେଣ୍ଡ ସମୟରେ ଆଂଶିକ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ଚନ୍ଦ୍ରର ଛାଇ ଭିତରେ ସୂର୍ଯ୍ୟ ଧୀରେ ଧୀରେ ପଶିବା ଆରମ୍ଭ କରିବ । ତେବେ ବଳୟ ପରାଗ ଆରମ୍ଭ ହେବ ଦିନ ୧୧ଟା ୫୦ ମିନିଟ ୦୮ସେକେଣ୍ଡରେ ଏଠି ବଳୟ ପରାଗ ୨୪ ସେକେଣ୍ଡ ପାଇଁ ହେବ । ଅର୍ଥାତ ସୂର୍ଯ୍ୟଙ୍କ ମଝି ଅଂଶକୁ ଚନ୍ଦ୍ରର ଛାଇ ୨୪ ସେକେଣ୍ଡ ଘୋଡାଇ ରଖିବ । ଭାରତର ଶେଷ ଭୂଖଣ୍ଡ ଭାବରେ ଉତ୍ତରପ୍ରଦେଶର ମୁନସିୟାରୀରେ ୩୧ ସେକେଣ୍ଡ ପାଇଁ ବଳୟ ପରାଗ ଦେଖାଯିବ । ଏଠାରେ ଦିନ ୧୦ଟା ୨୯ମିନିଟ ୫ ସେକେଣ୍ଡରେ ଆଂଶିକ ପରାଗ ଆରମ୍ଭ ହେବ ।

ସେହିପରି ୧୨ଟା ୧୧ମିନିଟ୍ ୧୮ସେକେଣ୍ଡରେ ବଳୟ ପରାଗ ଆରମ୍ଭ ହୋଇ ୩୧ସେକେଣ୍ଡ ଯାଏଁ ଚାଲିବ । ପୂରା ହିସାବକୁ ନେଲେ ଭାରତ ପାଇଁ ଗୁଜରାଟରେ ପ୍ରାୟ ସକାଳ ୧୦ ଟା ବେଳକୁ ଆଂଶିକ ପରାଗ ଆରମ୍ଭ ହୋଇ ଦିନ ପ୍ରାୟ ସାଢେ ଦୁଇଟା ବେଳକୁ ଅରୁଣାଚଳ ପ୍ରଦେଶରେ ଶେଷ ହେବ । ଭାରତୀୟ ଆକାଶରେ ସର୍ବାଧିକ ୩ଘଣ୍ଟା ୩୦ମିନିଟ ପରାଗର ଛାଇ ଆଲୁଅ ଖେଳ ଚାଲିବ । ଉତ୍ତରଭାରତର କିଛି ରାଜ୍ୟରେ ବଳୟ ପରାଗ ଦେଖାଯାଉଥିବାବେଳେ ସାରା ଦେଶରେ କାଶ୍ମୀରରୁ କନ୍ୟାକୁମାରୀ ଆଂଶିକ ପରାଗ ଦୃଶ୍ୟମାନ ହେବ ।

ଓଡିଶାରେ ଆଂଶିକ ପରାଗ- କେଉଁଠି କେତେବେଳେ ଆରମ୍ଭ, କେତେବେଳେ ଶେଷ

ଓଡିଶାରେ ଏଥର ବଳୟ ପରାଗ ହେବନାହିଁ । ତେବେ ସାରା ରାଜ୍ୟରେ ଆଂଶିକ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ୨୧ ଜୁନ ସକାଳ ୧୦ଟା ୨୫ ମିନିଟ ୨୭ ମିନିଟରେ ଆଂଶିକ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ଓଡିଶା ଆକାଶରେ ପ୍ରାୟ ସାଢେ ୩ଘଣ୍ଟା ଧରି ପରାଗର ଛାଇ ଆଲୁଅ ଖେଳ ଚାଲିବ । ନଜର ପକାଇବା ରାଜ୍ୟର କେଉଁଠି କେତେ ସମୟ ପରାଗ ଦେଖାଯିବ ।

Leave A Reply

Your email address will not be published.