ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଙ୍କ ଘୋଷଯାତ୍ରା । ଫ୍ରେମଣ୍ଟ ହିନ୍ଦୁ ମନ୍ଦିରରେ କରୋନା କଟକଣା ଭିତରେ ନିରାଡମ୍ବର ଭାବରେ ମହାପ୍ରଭୁଙ୍ଗ ରଥଯାତ୍ରା ଆୟୋଜିତ ହୋଇଥିଲା । ଜୁନ୍ ୨୭ ତାରିଖରେ ରଥଯାତ୍ରା ଓ ଜୁଲାଇ ୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଉତ୍ସବ ଫିକା ପଡ଼ିଥିଲା ।
ମାତ୍ର ୨୦ ଜଣ ଭକ୍ତଙ୍କ ଭିତରେ ହୋଇଥିଲା ରଥଯାତ୍ରା । ସମସ୍ତେ ମାନିଥିଲେ ସାମାଜିକ ଦୂରତା ନିୟମ ଓ ମାସ୍କ ପିନ୍ଧିଥିଲେ । ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ପାରିନଥିଲେ ସେମାନଙ୍କ ପାଇଁ ସିଧାପ୍ରସାରଣ ବ୍ୟବସ୍ଥା ହୋଇଥିଲା । ସେଠାରେ ରହୁଥିବା ପାଖାପାଖି ସାତ ହଜାରରୁ ଅଧିକ ଜଗନ୍ନାଥ ଭକ୍ତ ଟିଭି, ମୋବାଇଲ୍ ଓ ଲାପଟପ ଯୋଗେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ମହାନ ଯାତ୍ରାରେ ନିଜରୁ ସାମିଲ କରିଥିଲେ ।
କୋଭିଡ୍ କଟକଣା ଭିତରେ ରଥଯାତ୍ରାର ସମସ୍ତ ବିଧି, ପରମ୍ପରା ଓ ରୀତିନୀତି କରାଯାଇଥିଲା । ଶ୍ରୀଜିଉମାନଙ୍କର ପହଣ୍ଡି, ଛେରା ପହଁରା ଓ ରଥଟଣା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ଏସବୁ କାମରେ ମାତ୍ର ୨୦ ଜଣ ଭକ୍ତ ସାମିଲ ହୋଇଥିଲେ । ସେହିପରି କଟକଣା ଭିତରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ।
ଫ୍ରେମଣ୍ଟ ମନ୍ଦିରରେ ଦୀର୍ଘ ୨୬ ବର୍ଷ ହେବ ଆୟୋଜିତ ହୋଇ ଆସୁଛି ରଥଯାତ୍ରା । ତେବେ ଚଳିତବର୍ଷ କରୋନା ଯୋଗୁ ନିଆରା ଢଙ୍ଗରେ ସମସ୍ତେ ରଥଯାତ୍ରା ଦେଖିଲେ । ଘରେ ରହି ସୁରକ୍ଷିତ ଭାବରେ ରଥଯାତ୍ରାରେ ନିଜକୁ ସାମିଲ କରିଥିଲେ ସେଠାରେ ରହୁଥିବା ଓଡ଼ିଆ । ଜଗତର ନାଥଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏ ଦିଗରେ ସମସ୍ତେ ସହଯୋଗ କରିଥିଲେ । ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ଫ୍ରେମଣ୍ଟ ମନ୍ଦିର ଅଧ୍ୟକ୍ଷ ।
BREAKING NEWS
- ମୁଖତାର ଅନସାରୀ ମୃତ୍ୟୁକୁ ନେଇ ଚୁପ୍ ରହିଲେ ସାଂସଦ ରବି କିଶାନ, ଜାଣନ୍ତୁ କ’ଣ କହିଲେ ଅଭିନେତା…
- ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦେବେଶ; କହିଲେ,’ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିବି’
- ସି-ଭିଜିଲ୍ ଆପ୍ରେ ହେଲା ୭୯ ହଜାରରୁ ଅଧିକ ଅଭିଯୋଗ, ୯୯ ପ୍ରତିଶତ ହେଲା ସମାଧାନ: ନିର୍ବାଚନ ଆୟୋଗ
- ‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’
- ସର୍ବାଧିକ ସ୍ତରରେ ପହଞ୍ଚିଲା ସୁନା ଦର, ୭୦ ହଜାର ଛୁଇଁଲା
- ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ
- ଆପଣଙ୍କ ପାଖକୁ ଆସୁଛି କି ଦୂରସଞ୍ଚାର ବିଭାଗର ନାଁରେ ଧମକପୂର୍ଣ୍ଣ କଲ, ଜାଣନ୍ତୁ ସରକାରଙ୍କ ମାର୍ଗଦର୍ଶିକା
- ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ ପତ୍ନୀ
- ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା
- ପୁରୀରେ ଅସମ୍ଭାଳ ଭିଡ଼; ପଶ୍ଚିମଦ୍ୱାରରେ ଲମ୍ବା ଲାଇନ୍, ତାତିରେ କଲବଲ ଭକ୍ତ