Latest Odisha News

ଶ୍ରୀମନ୍ଦିର ପରିସରରେ ରଥକାଠ; ବାହାରବେଢାରେ ପାରମ୍ପରିକ ଅନୁକୂଳ ପୂଜାନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା କ୍ରମେ ବୃଦ୍ଧି ପାଉଛି । କରୋନା ମହାମାରୀ ସକାଶେ ଦେଶରେ ଲକ୍‌ଡ଼ାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ସାମ୍ନାରେ ବଡ଼ଦାଣ୍ଡର ରଥଖଳାରେ ପ୍ରତିବର୍ଷ ରଥକାଠ ଏହିଦିନରେ ଅନୁକୂଳ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ମାତ୍ର ଏବର୍ଷ ଏଥିରେ ହୋଇଛି ବ୍ୟତିକ୍ରମ । ସାମାଜିକ ଦୂରତା ରକ୍ଷା କରିବା ଲାଗି ତଥା ସରକାରଙ୍କ ଲକ୍‌ଡ଼ାଉନ୍ ନିୟମ ପାଳନ କରି ଶ୍ରୀମନ୍ଦିର ପ୍ରଶାସନ ଏଥର ଶ୍ରୀମନ୍ଦିର ପରିସର ମଧ୍ୟରେ ରଥକାଠ ଅନୁକୂଳ କରିବେ । ଏଥି ସହିତ ବାହାରବେଢାରେ ତିଆରି ହେବ ତିନିରଥ ।

ଶ୍ରୀମନ୍ଦିରର ଉତ୍ତରଦ୍ୱାର ବାଟେ ରଥକାଠ ଗୁଡ଼ିକୁ ଚାହାଣୀ ମଣ୍ଡପକୁ ନିଆଯାଇଛି । ଆନନ୍ଦ ବଜାର ପଛକୁ ତଥା ସ୍ନାନମଣ୍ଡପ ନିକଟସ୍ଥ ବାହାରବେଢାରେ ଏହି ରଥକାଠ ଗୁଡ଼ିକୁ ଏକତ୍ରୀତ କରାଯାଇଛି । ଏହି କାଠ ପୂଜା ହୋଇ ପାରମ୍ପରୀକ ନୀତୀ ଅନୁଷ୍ଠିତ ହେବା ପରେ ରଥ ନିର୍ମାଣ କରିବେ ବିଶ୍ୱକର୍ମା ସେବକ ।

Leave A Reply

Your email address will not be published.