Latest Odisha News

BREAKING NEWS

ସୁନାବେଶରେ ଝଟକିଲେ ତିନିଠାକୁର

ପୁରୀ: ଆଜି ମହାପ୍ରଭଙ୍କର ପବିତ୍ର ସୁନାବେଶ । ରଥାରୂଢ ଶ୍ରୀଜୀଉମାନଙ୍କ ଏହି ସୁନାବେଶ ବା ବଡ଼ ତଡ଼ାଉ ବେଶ ପ୍ରତିବର୍ଷ ଆଜିର ଦିବସରେ ଅନୁଷ୍ଠିତ ହେବାର ବିଧିରହିଛି । ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଥରେ ସୁନାବେଶରେ ସଜ୍ଜିତ ହୋଇଛନ୍ତି ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ମହଣ ମହଣ ସୁନାରେ ଝଟକୁଛନ୍ତି ତିନି ଭାଇ ଭଉଣୀ ।

ସେବାୟତମାନେ ଶ୍ରୀମନ୍ଦିରରୁ ଠାକୁରମାନଙ୍କ ଲାଗି ସ୍ୱର୍ଣ୍ଣାଳଙ୍କାର ଆଣି ରଥରେ ରଖିବା ପରେ ଅପରାହ୍ନ ୪ଟାରେ ଆରମ୍ଭ ହୋଇଛି ସୁନାବେଶ ।

ଅଧିକ ପଢନ୍ତୁ: କେବେ ଓ କାହିଁକି ମହାପ୍ରଭୁ ସୁନାବେଶରେ ଦିଅନ୍ତି ଦର୍ଶନ !

ଆଜି ବିନା ଭକ୍ତରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେଉଛି । କୋଟି କୋଟି ଶ୍ରଦ୍ଧାଳୁ ଟିଭି ମାଧ୍ୟମରେ ତିନିଠାକୁରଙ୍କ ଏହି ଅପୂର୍ବ ସୁନାବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଏହି ସୁନାବେଶରେ ଶ୍ରୀଜୀଉମାନେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ଦେବେ ।

Leave A Reply

Your email address will not be published.