Latest Odisha News

BREAKING NEWS

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; କୋଭିଡ-୧୯ ଟେଷ୍ଟ୍ ଲାଗି ସଂଗ୍ରହ ହେଲା ସ୍ୱାବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥଖଳାରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ନିର୍ମାଣ ସେବକମାନଙ୍କଠାରୁ ସ୍ୱାବ୍ ଟେଷ୍ଟ ଲାଗି ନମୂନା ସଂଗ୍ରହ କରାଯାଇଛି ।

ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ୫୫ ଜଣ ସେବକଙ୍କର ସ୍ୱାବ୍ ସଂଗ୍ରହ କରାଯାଇଛି ।

ଅଧିକ ପଢନ୍ତୁ: ପୁରୀକୁ ଫେରିଲା କରୋନା ଆତଙ୍କ; ବ୍ୟାପକ ପଦକ୍ଷେପ ଗ୍ରହଣ କଲେ ପ୍ରଶାସନ

ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି ।

ବୁଧବାର ଦିନ ଅସହ୍ୟ ଗରମ ସତ୍ୱେ ରଥଖଳାରେ ଓଝା ସେବକ, ଭୋଇ ସେବକ ଏବଂ ସମସ୍ତ ମହାରଣା ସେବକମାନେ କଠିନ ପରିଶ୍ରମ କରି ରଥ ନିର୍ମାଣ କାର୍ଯ୍ୟ କରିଛନ୍ତି ।  ପ୍ରଚଣ୍ଡ ଖରା ଓ ମହାମାରୀ ଭୟକୁ ଖାତିର ନକରି ସେବକମାନେ ମହାପ୍ରଭୁଙ୍କ ଲାଗି ନିର୍ମାଣ କରିଚାଲିଛନ୍ତି ରଥ ।

ବୁଧବାର ସନ୍ଧ୍ୟା ସୁଦ୍ଧା ୨୫ଟି ତୁମ୍ବର ବିନ୍ଧକାର୍ଯ୍ୟ ସମାପ୍ତ ହୋଇଛି । ସେହିପରି ଭାବେ ତିନି ରଥର ଛଅଟି ଚକର ପଇ ବିନ୍ଧ ସରି ଅର ସହିତ ପଇ ସଂଯୋଗ କରାଯାଇ କଳସା କରାଯାଇଛି । ସୂଚନାନୁଯାୟୀ, ଗୁଜ , ଜଳଯନ୍ତ୍ର , କୁଡୁକା କାମ ଦ୍ରୁତଗତିରେ  ଚାଲିଛି ।

 

Leave A Reply

Your email address will not be published.