Latest Odisha News

BREAKING NEWS

ବିନା ଭକ୍ତରେ ଜନ୍ମଦେବୀରୁ ରତ୍ନ ବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ :କରୋନା ସଂକ୍ରମଣ ଭୟ ଯୋଗୁଁ ଆଜି ବି ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରିନି ବଡ ଦାଣ୍ଡରେ । ଗୁଣ୍ଡିଚା ଦିନ ବିନା ଭକ୍ତରେ ମହାପ୍ରଭୁ ରତ୍ନବେଦୀରୁ ଆସିଥିଲେ ଜନ୍ମ ବେଦୀ । ଏବେ ଫେରିଗଲା ବେଳେ ବି ଭକ୍ତ ନାହାନ୍ତି । କେବଳ ହାତ ଗଣତି ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ଯିବ । ଘରେ ରହି ଭକ୍ତ ଟିଭି ପରଦାରେ ନୀତି କାନ୍ତି ସହ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ।

ବଡଦାଣ୍ଡକୁ ଆସି ଚକା ଆଖି ତା ଭକ୍ତଙ୍କୁ ଖୋଜୁଛି । ସେପଟେ ଦୂରରେ ରହି ତିନି ଠାକୁରଙ୍କ ଦର୍ଶନ କରୁଥିଲେ ସୁଦ୍ଧା ମନ ବୁଝୁନାହିଁ ଭକ୍ତର । ଛାତିର କୋହ ସହ ଆଖିରୁ ବି ଝରିଆସୁଛି ଲୁହ ।

ଗତ ୧୮ ତାରିଖରେ ଚଳିତ ବର୍ଷ ରଥ ଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ତେବେ ଏ ନେଇ ପୁନଃବିଚାର କରିବା ନେଇ ପିଟିସନ ଜାରି ହୋଇଥିଲା । ପରବର୍ତ୍ତୀ ଶୁଣାଣିରେ କରୋନା ଗାଇଡ ଲାଇନକୁ ମାନି ବିନା ଭକ୍ତରେ ରଥଯାତ୍ରା ହୋଇପାରିବ ବୋଲି ରାୟ ପ୍ରକାଶ ପାଇଥିଲା । ଏହି ରାୟ ଅନୁସାରେ ଗୁଣ୍ଡିଚା ଦିନ ରଥ ଟଣା ହୋଇଥିଲା । ଆଜିବି ସେଇ ନିୟମ ଅନୁସାରେ କାର୍ଯ୍ୟ କରାଯାଉଛି ।

Leave A Reply

Your email address will not be published.