Latest Odisha News

BREAKING NEWS

ପୁରୀ ସାହିଯାତ: ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ସମ୍ପନ୍ନ ହେଲା ରାବଣ ବଧ ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ରାବଣ ବଧ ନୀତି । ପୁରୀ ଶ୍ରୀମନ୍ଦିରରୁ ଶ୍ରୀରାମ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବା ପରେ ସେଠାରେ ଆରମ୍ଭ ହୋଇଥିଲା ରାବଣ ବଧ ନୀତି । ସାହିଯାତର କଳାକାର ମାନଙ୍କ ଦ୍ୱାରା ରାବଣ ବଧ ନାଟକ ପ୍ରସ୍ତୁତି ହୋଇ ରାବଣ ବଧ ହୋଇଥିଲା ।

ପାରମ୍ପରିକ ନୀତି ଅନୁଯାୟୀ ଏହା ସମ୍ପନ୍ନ ହୋଇଥିଲେ ମଧ୍ୟ ନିରାଡ଼ମ୍ବର ଭାବେ ପାଳିତ ହୋଇଥିଲା ଏହି ନୀତି ।

ପୁରୀ ବାଲିସାହିରୁ ରାବଣ ଆସି ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚିଥିଲା । ରାବଣ ବଧ ହେବା ସହିତ ଏହି ନୀତିର ପରିସମାପ୍ତି ହୋଇଥିଲା ।

Leave A Reply

Your email address will not be published.